28.9 C
Bhubaneswar
Wednesday, April 17, 2024
Homeଓଡିଶାରେଭେନ୍ସାରେ ହେବନି ୩ଟି ସେମିଷ୍ଟାର : ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଦିଆଯିବ ମାର୍କ

ରେଭେନ୍ସାରେ ହେବନି ୩ଟି ସେମିଷ୍ଟାର : ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଦିଆଯିବ ମାର୍କ

ୟୁଜିର ଦ୍ୱିତୀୟ ଓ ଚତୁର୍ଥ ଏବଂ ପିଜିର ଦ୍ୱିତୀୟ ସେମିଷ୍ଟାର ବାତିଲ
କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସ୍ନାତକ(ୟୁଜି) ଏବଂ ସ୍ନାତକତ୍ତୋର (ପିଜି)ର ୩ଟି ସେମିଷ୍ଟାର ପରୀକ୍ଷା ବାତିଲ କରାଯିବ ବୋଲି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ୟୁଜିର ଦ୍ୱିତୀୟ ଏବଂ ଚତୁର୍ଥ ସେମିଷ୍ଟାର ଓ ପିଜିର ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ହେବ ନାହିଁ । ଛାତ୍ରଛାତ୍ରୀମାନଙ୍କୁ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ମାର୍କ ଦିଆଯାଇ ଶ୍ରେଣୀ ଉତ୍ତୀର୍ଣ୍ଣ କରାଯିବ ବୋଲି ସୂଚନା ମିଳିଛି । ଏନେଇ କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସମସ୍ତ ବିଭାଗର ମୁଖ୍ୟମାନଙ୍କୁ ଏ ସଂକ୍ରାନ୍ତରେ ଅବଗତ କରାଯାଇଛି । ସେହିଭଳି ଆସନ୍ତା ୮ତାରିଖଠାରୁ ନୂତନ ସେମିଷ୍ଟାରଗୁଡିକର ପାଠପଢା ଆରମ୍ଭ ହେବ ।

ନଭେମ୍ବର ୮ରୁ ସ୍ନାତକ ତୃତୀୟ ଏବଂ ପଞ୍ଚମ ସେମିଷ୍ଟାର ଲାଗି ପାଠପଢା ଆରମ୍ଭ ହେବାକୁ ଥିବାବେଳେ ନଭେମ୍ବର ୧୫ ତାରିଖରୁ ପିଜି ତୃତୀୟ ସେମିଷ୍ଟାର ଲାଗି ଶ୍ରେଣୀଗୃହରେ ପାଠପଢା ହେବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । କରୋନା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢା ଠିକ ଭାବେ ହୋଇପାରନଥିଲା । ଏହି ସମୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପକ୍ଷରୁୁ ୟୁଜି ଏବଂ ପିଜି ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ବିଶେଷ କରି ୟୁଜି ରେଗୁଲାର ବର୍ଗର ଦ୍ୱିତୀୟ ଏବଂ ଚତୁର୍ଥ ସେମିଷ୍ଟାର ପରୀକ୍ଷା ଏବଂ ପିଜିର ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ବାତିଲ କରାଯିବ ନାହିଁ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ଏହାକୁ ଛାତ୍ରଛାତ୍ରୀମାନେ ତୀବ୍ର ବିରୋଧ କରିଥିଲେ । ଅନ୍ୟ ବିଶ୍ୱବିଦ୍ୟାଳୟଗୁଡିକ ପରୀକ୍ଷା ବାତିଲ କରି ବିକଳ୍ପ ବ୍ୟବସ୍ଥା କରୁଥିବାବେଳେ ରେଭେନ୍ସା ରେ ଏହି ବ୍ୟବସ୍ଥା କାହିଁକି କରାଯାଉନାହିଁ ବୋଲି ଅଭିଯୋଗ ହୋଇଥିଲା । ତେବେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଅନ୍ୟ ବିଶ୍ୱବିଦ୍ୟାଳୟର ପନ୍ଥାକୁ ଆପଣାଇଛି । ବିଦ୍ୟାଳୟ ଅନୁଦାନ ନିଗମ(ୟୁଜିସି) ଗାଇଡଲାଇନ ଅନୁଯାୟୀ ଉପରୋକ୍ତ ସେମିଷ୍ଟାରଗୁଡିକ ବାତିଲ କରାଯାଇଛି । ରେଗୁଲାର ଛାତ୍ରଛାତ୍ରୀଙ୍କୁ ପୂର୍ବ ସେମିଷ୍ଟାରର ମାର୍କ ଏବଂ ଇଣ୍ଟରନାଲ ମାର୍କକୁ ଆଧାର କରି ମାର୍କ ଦିଆଯିବ । ଅନ୍ୟପକ୍ଷରେ ଏକ୍ସ ରେଗୁଲାର ଛାତ୍ରଛାତ୍ରୀମାନେ ପୂର୍ବ ଭଳି ଶ୍ରେଣୀଗୃହରେ ପରୀକ୍ଷା ଦେବେ । ଏନେଇ ଖୁବ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking