34.1 C
Bhubaneswar
Friday, March 29, 2024
Homeଓଡିଶାକୋରାଇ ନିର୍ବାଚନ ମଣ୍ଡଳୀର ୩ଟି ରେଳ ଷ୍ଟେସନରେ ରୋଡ ଓଭର ବ୍ରିଜ ନିର୍ମାଣ ହେବ

କୋରାଇ ନିର୍ବାଚନ ମଣ୍ଡଳୀର ୩ଟି ରେଳ ଷ୍ଟେସନରେ ରୋଡ ଓଭର ବ୍ରିଜ ନିର୍ମାଣ ହେବ

ଯାଜପୁର : ଯାଜପୁର ଜିଲ୍ଲାର କୋରେଇ ନିର୍ବାଚନ ମଣ୍ଡଳୀର ୩ଟି ରେଳ ଷ୍ଟେସନରେ ରୋଡ ଓଭର ବ୍ରିଜ ନିର୍ମାଣ ହେବ । ବିଧାୟକଶ୍ରୀଯୁକ୍ତ ଅଶୋକକୁମାର ବଳଙ୍କ ଗତବର୍ଷରୁ କରୁଥିବା ଚେଷ୍ଟା ଆଜି ସଫଳ ହୋଇଛି । ରୋଡ଼ ଓଭର ବ୍ରିଜ ନିର୍ମାଣ ଲାଗି ଚୁକ୍ତିନାମା ହୋଇଛି । କୋରେଇ ବିଧାୟକ ଅଶୋକ କୁମାର ବଳ ନିର୍ବାଚନ ମଣ୍ଡଳୀର ତିନୋଟି ଷ୍ଟେସନ ଉପରେ ଓଭର ବ୍ରିଜ ନିର୍ମାଣ ପାଇଁ ରେଳ ବିଭାଗ ଵାରମ୍ବାର ଚିଠି ଲେଖୁଥିଲେ । ବିଧାୟକ କରି ଆସୁଥିବା ଦାବି ଆଜି ରେଳବାଇ ତରଫରୁ କୋରେଇ ନିର୍ବାଚନ ମଣ୍ଡଳୀରେ ତିନୋଟି ଓଭର ବ୍ରିଜ ବୈତରଣୀ ରୋଡ, କୋରେଇ ଓ ଯାଜପୁର ରୋଡ ରେଳଷ୍ଟେସନ ନିର୍ମାଣ ପାଇଁ ଏକ ଚୁକ୍ତିନାମା କରାଯାଇଛି ଯାହା ଖୁବ ଶୀଘ୍ର ଆରମ୍ଭ ହେବ । କୋରେଇ ବାସୀଙ୍କ ବହୁ ଦିନର ସ୍ୱପ୍ନ ପୂରଣ ହୋଇଥିବାରୁ ବିଧାୟକ ବଳଙ୍କ କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking