39.4 C
Bhubaneswar
Thursday, April 18, 2024
Homeଓଡିଶାଲ୍ୟାଣ୍ଡ ମାଇନ ବିସ୍ଫୋରଣ: ୩ ଯବାନ ସହିଦ

ଲ୍ୟାଣ୍ଡ ମାଇନ ବିସ୍ଫୋରଣ: ୩ ଯବାନ ସହିଦ

ମାଲକାନଗିରି: ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ୩ ଜଣ ଯବାନ ସହିଦ ହୋଇଛନ୍ତି । ଛତିଶଗଡ ନାରାୟଣପୁର ଜିଲ୍ଲା କୋଡେନାର ଜଙ୍ଗଲରେ ଏହି ବିସ୍ଫୋରଣ ଘଟିଛି । ଡିଆରଜି ଯବାନଙ୍କୁ ବସରେ ନେଇ ଯାଉଥିବା ବେଳେ ବିସ୍ଫୋରଣ ଘଟିଛି । ବସରେ ଥିବା ଅନ୍ୟ ୨୧ ଯବାନ ଆହତ ଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, ବସ୍‌ଟି କାଡେନାର ଓ କାନହରଗାଓଁ ମଧ୍ୟରେ ଯିବାବେଳେ ନକ୍ସଲମାନେ ଖଞ୍ଜିଥିବା ଆଇଇଡି ବିସ୍ଫୋରଣ ଶିକାର ହୋଇଥିଲା। ବିସ୍ଫୋରଣ ପରେ ଆଇଟିବିପିର ୪୫ତମ ବାଟାଲିୟନର ଯବାନମାନେ ଉଦ୍ଧାର କାମ ଆରମ୍ଭ କରିଛନ୍ତି। ପୂରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ଆହତ ଯବାନଙ୍କୁ ସ୍ଥାନୀୟ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking