28.1 C
Bhubaneswar
Saturday, April 20, 2024
Homeଓଡିଶାରାଜ୍ୟରେ ଆଉ ୩ କରୋନା ପଜେଟିଭ ଚିହ୍ନଟ, ସଂଖ୍ୟା ପହଞ୍ଚିଲା ୨୦୯

ରାଜ୍ୟରେ ଆଉ ୩ କରୋନା ପଜେଟିଭ ଚିହ୍ନଟ, ସଂଖ୍ୟା ପହଞ୍ଚିଲା ୨୦୯

ଭୁବନେଶ୍ୱର: ରାଜ୍ୟରେ ଆଉ ୩ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଜଗତସିଂହପୁର ଜିଲ୍ଲାର ହୋଇଥିବା ବେଳେ ଆଉ ଦୁଇ ଜଣ ବାଲେଶ୍ୱର ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ତେବେ ଜଗତସିଂହପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ରେ ପହଂଚିଛି । ଜଗତସିଂହପୁରର ଏହି ଚିହ୍ନଟ ହେଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା ୭୦ ବର୍ଷର ଜଣେ ବୃଦ୍ଧ । ପୂର୍ବରୁ ୪ ଆକ୍ରାନ୍ତ ସୁରତ ଫେରନ୍ତା ଥିଲେ । ତେବେ ଏବେ ଏହି ଜିଲ୍ଲାକୁ ମଧ୍ୟ ପଶ୍ଚିମବଙ୍ଗ ଫେରନ୍ତା ଚିନ୍ତା ଆସିଲା । ଅନ୍ୟପଟେ ବାଲେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭ରେ ପହଂଚିଛି ଏବଂ ସେମାନଙ୍କ ମଧ୍ୟରୁ ୫ ଜଣ ସୁସ୍ଥ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ୨ ଜଣ ସୁରତ ଫେରନ୍ତା ବୋଲି ସରକାରୀ ଭାବେ ସୂଚନା ଦିଆଯାଇଛି । ଏମାନଙ୍କ ଭିତରୁ ଜଣେ ୨୬ ବର୍ଷର ଯୁବକ ଓ ଆଉ ଜଣେ ୨୯ ବର୍ଷର ଯୁବକ ବୋଲି ଜଣାପଡିଛି । ବାଲେଶ୍ୱରରେ ଆଜି ଯାଏ ପଶ୍ଚିମବଙ୍ଗ ଫେରନ୍ତା ହିଁ, ଚିନ୍ତା ବଢାଇ ଚାଲିଥିଲେ । ଏବେ ଜିଲ୍ଲାକୁ ସୁରତ ଫେରନ୍ତା ଚିନ୍ତା ଆରମ୍ଭ ହୋଇଛି । ଅନ୍ୟପଟେ ଆଜି ଗୋଟିଏ ଦିନରେ ବର୍ତମାନର ଆକ୍ରାନ୍ତଙ୍କୁ ମିଶାଇ ୨୩ ଜଣ ଚିହ୍ନଟ ହୋଇଛନ୍ତି । ସମୁଦାୟ ଉପରେ ରାଜ୍ୟରେ ଏବେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୯ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର ଓ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।
https://onakhabar.com/2020/05/07/one-more-corona-positive-in-odisha-4/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking