ଇବନଦୀରେ ଗାଧୋଇଲା ବେଳେ ୩ ନିଖୋଜ

ସୁନ୍ଦରଗଡ଼: ଇବନଦୀ ସେମନାଘାଟରେ ଗାଧୋଇଲା ବେଳେ ଜଣେ ବାଳକ ସମେତ ୩ ଜଣ ନିଖୋଜ ହୋଇଯାଇଛନ୍ତି । ନଦୀର ଚୋରାବାଲିରେ ସେମାନେ ବୁଡ଼ି ଯାଇଥିବା କୁହାଯାଉଛି । ଯୁବକମାନେ ସୁନ୍ଦରଗଡ଼ ରିଜେଣ୍ଟ ମାର୍କେଟର ବୋଲି ପ୍ରାଥମିକ ସୂଚନା ମିଳିଛି । ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛନ୍ତି । ସେମାନଙ୍କ ପରିଚୟ ମିଳି ନାହିଁ । ଛାତରୁ ଡେଇଁ ଜୀବନ ହାରିଲେ +୨ ଛାତ୍ରୀ