35.1 C
Bhubaneswar
Tuesday, April 23, 2024
Homeଓଡିଶା୧୦ ଦାଦନ ଉଦ୍ଧାର : ୩ ଦଲାଲ ଗିରଫ

୧୦ ଦାଦନ ଉଦ୍ଧାର : ୩ ଦଲାଲ ଗିରଫ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ଉଦ୍ୟାନବନ୍ଧ ବସ୍ ଷ୍ଟାଣ୍ଡରୁ କୋମନା ପୁଲିସ ୧୦ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଏହାସହ ଏହି ଘଟଣାରେ ସମ୍ପୃକ୍ତ ଥିବା ୩ଜଣ ଦଲାଲକୁ ପୁଲିସ୍ ଗିରଫ କରିଛି । ଏହି ଦଲାଲମାନେ ଦାଦନଙ୍କୁ ଅନ୍ୟ ରାଜ୍ୟକୁ ଚାଲାଣ କରୁଥିଲେ । ଗିରଫ ଶ୍ରମିକ ଦଲାଲମାନେ ହେଲେ କୋମନା ବ୍ଲକ୍ ବାଲିପାଟି ଗାଁର ପଦ୍ମନ ବରିହା(୩୮), ଜଳନ୍ଧର ବରିହା(୨୫) ଲଖନା ଥାନା ଡଙ୍ଗରପଡ଼ା ଗାଁର ଗୁର୍ଜୁ ବରିହା(୨୭) । ଉଦ୍ଧାର ହୋଇଥିବା ଦାଦନମାନେ ହେଲେ ନୂଆପଡ଼ା ବ୍ଲକ୍ ବେଲଟୁକରୀ ଥାନା ଅଞ୍ଚଳର ସେମରିଆ, ସରେଇପାଲି, ବେଲଟୁକର ଗ୍ରାମର ତୁରନ ହରିଜନ(୪୦), କୁମାରୀ ହରିଜନ (୩୫), ରାଜମୁକାର(୩୫), ହେମିନା(୩୦), ଈଶ୍ୱର ବାଗ(୩୫), ଗୀତା ବାଗ(୨୫), ମୋହନ ହରିଜନ(୩୫), କୁମାରସିଂ ସୋନୀ(୩୦), ରାଜକୁମାରୀ(୨୫), ଯଶୋଦା(୫୦) ।
ଶ୍ରମିକଙ୍କୁ ଆନ୍ଧ୍ରପ୍ରଦେଶର ଏକ ଇଟ୍ଟା ଭାଟିରେ କାମ କରାଇବା ପାଇଁ ବେଲଟୁକରୀ ଅଞ୍ଚଳରୁ ୫୫ କିମି ଦୂର ଉଦ୍ୟାନବନ୍ଧ ବସଷ୍ଟାଣ୍ଡ ନିକଟକୁ ଅଣାଯାଇଥିଲା । ତେବେ କୋମନା ପୁଲିସ କୌଣସି ସୂତ୍ରରୁ ଖବରପାଇ ଉଦ୍ୟାନବନ୍ଧ ବସଷ୍ଟାଣ୍ଡ ନିକଟରେ ପହଞ୍ôଚ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ପୁଲିସ ଏହି ସମସ୍ତ ୧୦ଜଣ ଶ୍ରମିକଙ୍କୁ ଉଦ୍ଧାର କରିଥିଲା । ପରେ ୩ ଶ୍ରମିକ ଦଲାଲଙ୍କୁ ଗିରଫ କରିଥିଲା । ଏନେଇ କୋମନା ପୁଲିସ ଏକ ମାମଲା ରୁଜୁ କରି ଗିରଫ ୩ ଦଲାଲଙ୍କୁ କୋର୍ଟଚାଲାଣ କରିଥିବା କୋମନା ଥାନାଧିକାରୀ ନିର୍ମଳ ଚନ୍ଦ୍ର ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking