29.1 C
Bhubaneswar
Saturday, April 20, 2024
Homeଅପରାଧଶିକ୍ଷକଙ୍କଠାରୁ ୩ ଲକ୍ଷ ଲୁଟିନେଲେ ସାଇବର୍ ଠକ

ଶିକ୍ଷକଙ୍କଠାରୁ ୩ ଲକ୍ଷ ଲୁଟିନେଲେ ସାଇବର୍ ଠକ

ବ୍ରହ୍ମପୁର: କମ୍ପ୍ୟୁଟର କ୍ଲାସ୍‌ରେ ନିଜ ଝିଅର ଆଡମିସନ କରିବାକୁ କହି ସେହି କମ୍ପ୍ୟୁଟର ସେଣ୍ଟରର ଜଣେ ଶିକ୍ଷକଙ୍କ ଠାରୁ ସାଇବର ଠକ ଟଙ୍କା ନେଇ ଯାଇଛନ୍ତି । ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୩ ଲକ୍ଷ ୧୦ ହଜାର ୪୮୭ ଟଙ୍କା ଗାୟବ କରିଦେଇଛନ୍ତି । ଏ ନେଇ ଶିକ୍ଷକ ସାଇବର ଅପରାଧ ଏବଂ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ ବଡ଼ ବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ଆଇନାବନ୍ଧ ସାହିର ଲିଙ୍ଗରାଜ ମହାରଣାଙ୍କ ଏକ କମ୍ପ୍ୟୁଟର ସେଣ୍ଟରରେ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି । କିଛି ଦିନ ତଳେ ତାଙ୍କ ନିକଟକୁ ଏକ ଅଜଣା ନମ୍ବରରୁ କଲ ଆସିଥିଲା । ଝିଅକୁ କମ୍ପ୍ୟୁଟର କୋର୍ସ କରାଇବାକୁ ଇଛା କରୁଥିବା ବ୍ୟକ୍ତି ଜଣଙ୍କ କହିଥିବା ସହ କୋର୍ସ ବିଷୟରେ ଲିଙ୍ଗରାଜଙ୍କ ଠାରୁ ସମ୍ପୂର୍ଣ୍ଣ ତଥ୍ୟ ବୁଝିନେଇଥିଲା ।

ଏହିକଲ୍ କରିଥିବା ସାଇବର ଠକ ଜଣଙ୍କ କୋର୍ସ କରିବା ନିମନ୍ତେ କେତେ ଟଙ୍କା ବୋଲି ପଚାରିଥିଲେ । ଉକ୍ତ ଟଙ୍କା ଲିଙ୍ଗରାଜ ଆକାଉଣ୍ଟାଣ୍ଟ ଟଙ୍କା ପଠାଇ ଦେବ ବୋଲି କହିଥିଲା । ଏହାର କିଛି ଘଣ୍ଟା ପରେ ଅନ୍ୟ ଜଣେ ବ୍ୟକ୍ତି ଲିଙ୍ଗରାଜ ନିକଟକୁ କଲ କରି ଫୋନ-ପେ’ ଆକାଉଣ୍ଟକୁ ୨୫୦୦୦ ଟଙ୍କା ପଠାଇବେ ବୋଲି କହିଥିଲେ । ଆଉ ତାଙ୍କ କହିବା ଅନୁସାରେ ଲିଙ୍ଗରାଜ ନିଜ ଫୋନ୍‌-ପେ’ ଆକାଉଣ୍ଟରେ କ୍ରେଡିଟ୍ କାର୍ଡ ବିଲ ପେମେଣ୍ଟ ଅପସନକୁ ଯାଇ ନିଜର ଦୁଇଟି କ୍ରେଡିଟ୍ କାର୍ଡର ତଥ୍ୟ ଦାଖଲ କରି ଫୋନ୍ ପେ’ ଆକାଉଣ୍ଟର ପିନ ଦାଖଲ କରିଥିଲେ । ଏହା ପରେ ଲିଙ୍ଗରାଜଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୭ ଥରରେ ୩ ଲକ୍ଷ ୧୦ ହଜାର ୪୮୭ ଟଙ୍କା କଟିଯାଇଥିଲା । ଯାଞ୍ଚ ପରେ ସେ ସାଇବର ଠକେଇର ଶିକାର ହୋଇଥିବା ଜାଣିପାରିଥିଲେ  ଏ ନେଇ ସେ ସାଇବର ଅପରାଧ ଏବଂ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ପାଇ ପୁଲିସ  ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking