30.1 C
Bhubaneswar
Wednesday, April 24, 2024
Homeଅପରାଧଦୁର୍ଘଟଣା ଘଟାଇଲା ଆମ୍ବୁଲାନ୍ସ : ୩ ଆହତ(୩) ଚାଳକଙ୍କୁ ନିସ୍ତୁକ ମାଡ଼, ରାସ୍ତାରୋକ

ଦୁର୍ଘଟଣା ଘଟାଇଲା ଆମ୍ବୁଲାନ୍ସ : ୩ ଆହତ(୩) ଚାଳକଙ୍କୁ ନିସ୍ତୁକ ମାଡ଼, ରାସ୍ତାରୋକ

ଜଗତସିଂହପୁର : ଶୁକ୍ରବାର ଅପରାହ୍ଣରେ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଆଳିପିଙ୍ଗଳରୁ ଜଗତସିଂହପୁର ଅଭିମୁଖେ ଦୃତ ବେଗରେ ଆସୁଥିବା ପାରାଦୀପ ଇଫକୋ କମ୍ପାନୀର ଏକ ଆମ୍ବୁଲାନ୍ସ ଆଳିପିଙ୍ଗଳ ଜଗତସିଂହପୁର ରାସ୍ତାର ବିଭିନ୍ନ ଛକରେ ଦୁର୍ଘଟଣା ଘଟାଇବାରୁ ୨ ଜଣ ବ୍ୟକ୍ତିଙ୍କ ସହ ଜଣେ ୭ମ ଶ୍ରେଣୀର ଛାତ୍ର ଆହତ ହୋଇଛନ୍ତି । ତେବେ ଆମ୍ବୁଲାନ୍ସ ଚାଳକ ତଥା ପାରାଦୀପ ଅଭୟ ଚାନ୍ଦପୁର ଥାନା ଅନ୍ତର୍ଗତ ଜପା ନାୟକ ଅତ୍ୟଧିକ ନିଶା ସେବନ କରି ଗାଡ଼ି ଚଳାଉଥିବାରୁ ଏପରି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି ।
ପ୍ରଥମେ ଅତାମଳ ଅଞ୍ଚଳର ବିବେକାନନ୍ଦ ପଲାଇଙ୍କ ପୁଅ ୭ମ ଶ୍ରେଣୀର ଛାତ୍ର ଦେବାଶିଷ୍ ପଲାଇ ଜଗତସିଂହପୁର ସରସ୍ୱତୀ ବିଦ୍ୟାମନ୍ଦିରରୁ ଘରକୁ ସାଇକେଲରେ ଫେରୁଥିବା ସମୟରେ ଆମ୍ବୁଲାନ୍ସଟି ତାଙ୍କ ସାଇକେଲ ଉପରେ ଚଢିଯାଇଥିଲା । ଦେବାଶିଷ ତଳେ ପଡ଼ିଯିବାରୁ ଅଳ୍ପକେ ବର୍ତ୍ତିଯାଇ ଥିଲେ । ତେବେ ଏଥିରେ ଦେବାଶିଷଙ୍କ ନାକ ଓ ହାତ ଖଣ୍ଡିଆ ହୋଇଯାଇଛି । ଏହି ଦୁର୍ଘଟଣାସ୍ଥଳରୁ ଠିକ୍ ୫୦ମିଟର ଆଗକୁ ନିଆଳି ଥାନା ଅନ୍ତର୍ଗତ ସିଠାଳ ଗ୍ରାମର ପ୍ରତାପ ଚନ୍ଦ୍ର ସ୍ୱାଇଁ ଘରକୁ ନିଜ ସ୍କୁଟି ଜରିଆରେ ଫେରୁଥିବା ସମୟରେ ଆମ୍ବୁଲାନ୍ସଟି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ପରେ ଗାଲୁପଡ଼ା ପୋଲ ନିକଟରେ କୁମର ପ୍ରଧାନ(୫୦) ନାମକ ବ୍ୟକ୍ତି ଗାଲୁପଡ଼ା ପୋଲ ନିକଟ ଚା-ଜଳଖିଆ ଦୋକାନରେ ବସିଥିବା ସମୟରେ, ହଠାତ୍ ତାଙ୍କ ଗୋଡକୁ ଆମ୍ବୁଲାନ୍ସ ଧକ୍କା ଦେବା ସହିତ ଏକ ଇଲେକଟ୍ରି ଖୁଣ୍ଟରେ ପିଟି ହୋଇ ଅଟକି ଯାଇ ଥିଲା । ଚାଳକର ଏପରି ବେପରୁଆ ଚାଳନା ନେଇ ସ୍ଥାନୀୟ ଅଞ୍ଚଳବାସୀ ଉତ୍ୟକ୍ତ ହୋଇ ଚାଳକଙ୍କୁ ନିସ୍ତୁକ ମାଡ ମାରିଥିଲେ । ଏନେଇ ସୂଚନା ପାଇ ସଦର ଥାନା ପେଟ୍ରୋଲିଂ ଭ୍ୟାନ ଘଟଣା ସ୍ଥଳରେ ପହଞ୍ଚି ଚାଳକକୁ ଉଦ୍ଧାର କରି ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପରବର୍ତ୍ତୀ ସମୟରେ ଉତ୍ୟକ୍ତ ଲୋକେ ପୁନର୍ବାର ଆମ୍ବୁଲାନ୍ସକ ୁ ମଝିରାସ୍ତାରେ ଓଲଟାଇ ଦେବା ସହିତ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ପରେ ସଦର ଆଇଆଇସି ରଜନୀକାନ୍ତ ମିଶ୍ର ଓ ପୁଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାରେ ଆହତମାନଙ୍କୁ ଆଇନ ଅନୁଯାୟୀ ସହାୟତା କରାଯିବ ବୋଲି ବୁଝାଇବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking