ମୟୂରଭଞ୍ଜ(ଘାସିରାମ ବେହେରା) -ଦୀର୍ଘଦିନର ନୀରବତା ପରେ ପୁଣି ରକ୍ତମୁଖା ସାଜିଛି ଦ୍ୱାରସୁଣୀ ଘାଟି। ମୟୂରଭଞ୍ଜ ଜିଲ୍ଲାର ୪୯ ନଂ ଜାତୀୟ ରାଜପଥରେ ଅବସ୍ଥିତ ଦ୍ୱାରଶୁଣି ଘାଟିରେ ଆଜି ଘଟିଯାଇଛି ପୁଣି ଏକ ମର୍ମନ୍ତୁଦ ଦୁର୍ଘଟଣା। ତିନି ଗୁରୁତ୍ତର। ସୂଚନା ଅନୁସାରେ ବିଶୋଇ ଥାନା ଅନ୍ତର୍ଗତ ମଝିଗାଁ ଗ୍ରାମର ବିସିକେଶନ ମହାକୁଡ଼ ସମ୍ପର୍କୀୟ ଖୁଡି ସହ ଏକ ବାଇକ ଯୋଗେ ବାରିପଦା ଅଭିମୁଖେ ଯାଉଥିଲା ବେଳେ ,ନାସିକ ରୁ କଲିକତା ଅଭିମୁଖେ ଯାଉଥିବା ଏକ ପିଆଜ ବଝେଇ ଟ୍ରକ ଘାଟିରେ ଭାରସାମ୍ୟ ହରେଇ ବାଇକ ଚାଳକ ସହ ଘାଟିତଳକୁ ଖସି ପଡ଼ିଥିଲା। ବାଇକ ଚାଳକଙ୍କ ପଛରେ ବସିଥିବା ସ୍ତ୍ରୀଲୋକ ଜଣକ ଏକ ବଡ଼ପଥର ତଳେ ଚାପି ହେଇ ରହିଯାଇଥିଲା ବେଳେ,ଟ୍ରକଟି ଘାଟି ତଳକୁ ଖସି ପଡ଼ିଥିଲା।
ଖବରପାଇ ବାଙ୍ଗିରିପୋଷି ପୋଲିସ ଏବଂ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଗୁରୁତ୍ତରଙ୍କୁ ଉଦ୍ଧାର କରି ପ୍ରଥମେ ବାଙ୍ଗିରିପୋଷି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଅଧିକ ଗୁରୁତ୍ତର ହେବାରୁ ବାରିପଦା ସ୍ଥିତ ପିଆରଏମ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ମିଳିଥିବା ସୂଚନା ଅନୁଯାୟୀ ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ବାଇକ ଚାଳକ ବିଶିକସନ ମହାକୁଡ଼ଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ମହିଳା ଏବଂ ଟ୍ରକ ଡ୍ରାଇଭରଙ୍କ ଅବସ୍ଥା ଗୁରୁତ୍ତର ରହିଛି।
https://onakhabar.com/2020/05/19/balangir-congress-news-2/