26.1 C
Bhubaneswar
Friday, March 29, 2024
Homeଅପରାଧ୩ ନାବାଳିକା ଭଉଣୀଙ୍କ ମୃତ୍ୟୁ

୩ ନାବାଳିକା ଭଉଣୀଙ୍କ ମୃତ୍ୟୁ

ଆସିକା (ଓଡ଼ିଶା ନ୍ୟୁଜ ଏଜେନ୍ସି): ୩ ନାବାଳିକା ଭଉଣୀଙ୍କ ମୃତ୍ୟୁ । ଖାଦ୍ୟରେ ବିଷକ୍ରୀୟା ଯୋଗୁ ୩ ଭଉଣୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପ୍ରଥମେ ଦିଗପହଣ୍ଡି ପରେ ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବ୍ରହ୍ମପୁର ଜିଲ୍ଲା ସାନଖେମୁଣ୍ଡି ଥାନା ମାଟିଆବୋରେଇ ଗାଁର ୩ ଭଉଣୀ ଦିଗ ପହଣ୍ଡି ବ୍ଲକ ବି.ତୁରୁବୁଡ଼ିରେ ତାଙ୍କର ଅଜାଙ୍କ ଘରେ ରହି ପାଠ ପଢ଼ୁଥିଲେ । ଗତକାଲି ଘରେ କିଛି ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇପଡ଼ିଥିଲେ । ଚାଉଳରେ ପୋକମରା ଔଷଧ ପଡ଼ିଥିବାରୁ ଭାତ ବିଷାକ୍ତ ହୋଇଥିବା ସୂଚନା ମିଳିଛି । ପ୍ରଥମେ ସେମାନେ ଖାଦ୍ୟ ଖାଇସାରିଲା ପରେ ଅସୁସ୍ଥ ହୋଇପଡ଼ିଥିଲେ । ପରେ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ନିଆଯାଇଥିଲା । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଭଉଣୀଙ୍କର ମୃତ୍ୟୁ ହୋଇଥିଲା ବେଳେ ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ୩ ଭଉଣୀଙ୍କ ବୟସ ପ୍ରାୟ ୬ରୁ ୧୧ ବର୍ଷ ହୋଇଥିବା ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking