31.1 C
Bhubaneswar
Saturday, April 20, 2024
Homeବ୍ରେକୀଙ୍ଗହୀରାକୁଦରେ ବନ୍ଦ ହେଲା ୩ଟି ଗେଟ୍‌

ହୀରାକୁଦରେ ବନ୍ଦ ହେଲା ୩ଟି ଗେଟ୍‌

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ୩ଟି ଗେଟ ବନ୍ଦ ହୋଇଛି । ୪୩ଟି ଗେଟ୍ ଦେଇ ଜଳ ନିଷ୍କାସନ କାର୍ଯ୍ୟ ଚାଲୁ ରହିଛି ।ହୀରାକୁଦରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ଏବେ ଡ୍ୟାମ୍ କୁ ପ୍ରବେଶ କରୁଥିବା ଜଳର ପରିମାଣ ହ୍ରାସ ପାଉଛି । ଏବେ ଡ୍ୟାମକୁ ୭ଲକ୍ଷ ୮ହଜାର ୧୦୬ କ୍ୟୁସେକ ଜଳ ପ୍ରବେଶ କରୁଛି । ଏଥିସହ ଡ୍ୟାମ୍ ରୁ ୭ ଲକ୍ଷ ୬୫ ହଜାର ୨୮୧ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ହୀରକୁଦ ଡ୍ୟାମରେ ଜଳଧାରଣା କ୍ଷମତା ୬୩୦ ଫୁଟ ରହିଛି । ଏବେ ଜଳ ପତ୍ତନ ୬୨୭.୯୭ ଫୁଟ ରହିଛି । ଏବେ ଡ୍ୟାମ୍ ର ୪୬ଟି ଗେଟ ଦେଇ ଜଳ ନିଷ୍କାସନ କାମ ଚାଲୁ ରହିଛି ।ଅପରାହ୍ନ ୪ଟାରେ ମୁଣ୍ଡଳିରେ ଜଳ ପ୍ରବାହ ୧୦,୦୨,୮୨୩ କ୍ୟୁସେକ ଥିଲା ।

ବନ୍ୟାରେ ୨୦ଟି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ୧୭ଜଣଙ୍କ ଜୀବନ ଯାଇଛି । ୨୦ଟି ଜିଲ୍ଲାର ୧୧୨ଟି ବ୍ଲକର ୩୨୫୬ ଗ୍ରାମର ୧୪ଲକ୍ଷ ୩୨ହଜାର ୭୦୧ ଜଣ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି ।ଅନୁଗୁଳ, ବାଲେଶ୍ୱର,ବରଗଡ଼, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୁରଭଞ୍ଜ, ନୟାଗଡ଼, ନୂଆପଡ଼ା, ପୁରୀ, ସମ୍ବଲପୁର , ସୁନ୍ଦରଗଡ଼,ସୁବର୍ଣ୍ଣପୁର ଜିଲ୍ଲା ପ୍ରଭାବିତ ହୋଇଛି । ସେହିପରି ୧୭ଜଣଙ୍କ ଜୀବନ ଯିବା ସହ ୧୦ହଜାର ୩୮୨ ଘର ନଷ୍ଟ ହୋଇଛି । ଏଥିସହ ୧ଲକ୍ଷ ୫୬୮ ହଜାର ୯୦୪ ହେକ୍ଟର ଫସଲ ନଷ୍ଟ ହୋଇଛି । ୧୧ଟି ଜିଲ୍ଲାରେ ୧୦୭ଟି ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ବନ୍ୟାରେ ୨୧ଟି ULB ଓ ୭୫ଟି ୱାର୍ଡ ମଧ୍ୟ ପ୍ରଭାବିତ ହୋଇଛି । ଆଜି ସୁଦ୍ଧା ୩୪୦ ଗାଁ ଓ ୨ ଲକ୍ଷ ୬୫ ହଜାର ୭୨୩ ଜଣ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଉଦ୍ଧାର କାର୍ଯ୍ୟରେ ୧୪ଟି ଏନଡିଆରଏଫ, ୧୭ଟି ଓଡିଆରଏଫ ଓ ୨୨ଟି ଅଗ୍ନିଶମ ବାହିନୀ ଟିମ୍ ନିୟୋଜିତ ହୋଇଛନ୍ତି । ଏଥିସହ ୨୫୪ଟି ବୋଟ୍ କୁ ଉଦ୍ଧାର କାର୍ଯ୍ୟରେ ଲଗାଯାଇଛି ବୋଲି ଏସଆରସି କହିଛନ୍ତି । ୪୫ଟି ମେଡିକାଲ ଟିମ୍ ଓ ୪୨ଟି ଭେଟେନାରୀ ଟିମ୍ ମଧ୍ୟ କାର୍ଯ୍ୟ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking