28.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗବିଧାନସଭା ସାମ୍ନାରେ ପୁଣି ଆତ୍ମାହୁତି ଉଦ୍ୟମ

ବିଧାନସଭା ସାମ୍ନାରେ ପୁଣି ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର: ବିଧାନସଭା ସାମ୍ନାରେ ୩ ଜଣ ଚାଷୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି । ଆଠଗଡର ୩ ଚାଷୀ ଦେହରେ କିରୋସିନି ଢାଳୀ ଆତ୍ମାହୁତି ଉଦ୍ୟମ କରିଥିଲେ । ମାତ୍ର କିରୋସିନି ଢାଳିବା ସମୟରେ ସୁରକ୍ଷା କର୍ମଚାରୀ ତାଙ୍କୁ କାବୁ କରିନେଇଥିଲେ । ଆଠଗଡ ସମବାୟ ବ୍ୟାଙ୍କ ଋଣ ଜାଲିଆତି ପାଇଁ ଆତ୍ମାହୁତି ଉଦ୍ୟମ କରିଥିବା ଜଣାପଡିଛି । ସେମାନଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଋଣ ନିଆଯାଇଥିବା ଅଭିଯୋଗ ହୋଇଛି । ସେମାନେ ଋଣ କରିନଥିଲେ ବି ସେମାନଙ୍କ ନାଁରେ ଟଙ୍କା ଉଠାଯାଇଛି । ଋଣ ଜାଲିଆତିରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭାଇ ବୀରେନ୍ଦ୍ର ସ୍ୱାଇଁଙ୍କ ସଂପୃକ୍ତି ଅଭିଯୋଗ ଥିଲା । ବୀରେନ୍ଦ୍ର କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଥିବା ବେଳେ ଜାଲିଆତି ହୋଇଥିଲା । ନ୍ୟାୟ ପାଇଁ ବାର ଦୁଆର ବୁଲି ନିରାଶ ହୋଇଥିଲେ ଶତାଧିକ ଚାଷୀ । ୨ ଦିନ ତଳେ ବ୍ୟାଙ୍କ ସାମ୍ନାରେ ଶତାଧିକ ଚାଷୀ ଆନ୍ଦୋଳନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking