ଭୁବନେଶ୍ୱର : ଶନିବାର ଅପରାହ୍ଣରେ ଝଡ଼ବର୍ଷା ସହ ବଜ୍ରପାତ ଘଟି ୩ଜଣଙ୍କର ମୃତ୍ୟୁ ଘଟିଛି । ବାଲେଶ୍ୱର ଜିଲ୍ଲା, ସିଂଲା ଥାନା ଅନ୍ତର୍ଗତ ଆଲୁମେଦା ଗାଁର ଦୁଇ ସମ୍ପର୍କୀୟ ଭାଇଙ୍କର ମୃତ୍ୟୁ ଘଟିଛି। ଏହି ଗାଁର ବିମଲ ପ୍ରଧାନଙ୍କ ପୁଅ କାଳିଚରଣ(୨୦) ଓ ବିମଳଙ୍କ ସାନଭାଇ କାର୍ତ୍ତିକ ପ୍ରଧାନଙ୍କ ପୁଅ ଜଗନ୍ନାଥ(୨୪) ଏକ ନଳକୂପରୁ ପିଇବା ପାଣି ନେଉଥିବାବେଳେ ସେମାନଙ୍କ ଉପରେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା। ସେହିପରି ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ତାଳଶଣ୍ଢପୁର ଗ୍ରାମରେ ଶନିବାର ବଜ୍ରପାତ ଘଟି ଅଜୟ କୁମାର ବିଶ୍ବାଳ ନାମକ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ନଦୀରେ ଗାଧୋଉଥିବାବେଳେ ବଜ୍ରପାତ ଘଟିଥିଲା। ଅପରପକ୍ଷେ ମାର୍ଶାଘାଇ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ଜମପଡ଼ା ପଞ୍ଚାୟତ ଗୌଡ଼ଗାଁ କାଳନ୍ଦି ମଳଲ୍ଲିକଙ୍କ ଘର ଉପରେ ବଜ୍ରପାତ ହେବାରୁ ତାଙ୍କର ୩ ବଖରା ଜଳିଯାଇଛି। ବଜ୍ରପାତରେ କାଳନ୍ଦି ଗୁରୁତର ଆହତ ହୋଇଥିଲେ।
https://onakhabar.com/2020/04/19/fire-at-rourkela/