40.1 C
Bhubaneswar
Thursday, April 25, 2024
Homeଓଡିଶାବଜ୍ରପାତ ନେଲା ୩ ଜୀବନ, ୪ ଗୁରୁତର

ବଜ୍ରପାତ ନେଲା ୩ ଜୀବନ, ୪ ଗୁରୁତର

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ ଚିକିଲି ଗାଁର ଜୟରାମ ଗୌଡ଼ ଆଜି ଗାଈ ଚରାଉଥିବା ବେଳେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସେହିଭଳି କଞ୍ଚଣା ଗାଁର ସୁମତ ସାହୁ ନିଜ ବାରିରୁ କାମ କରି ଘରକୁ ଫେରୁଥିବା ବେଳେ ବଜ୍ରପାତ ହୋଇଥିଲା । ଏଥିରେ ସେ ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ରଘୁନାଥପୁର ଗାଁର ଏନ୍‌. ପୀତାମ୍ବର ପାତ୍ର ଓ ଏସ୍‌. ରଘୁ ପାତ୍ର ଛେଳି ଚରାଇବାକୁ ଯାଇଥିବାବେଳେ ବଜ୍ରପାତ ହେବାରୁ ଉଭୟ ଗୁରୁତର ଆହତ ହୋଇଥିବା ବେଳେ ୧୦ରୁ ଅଧିକ ଛେଳିଙ୍କ ମୃତ୍ୟୁଘଟିଛି । ଗୁରୁତର ଆହତଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି । ସେହିପରି ବଜ୍ରପାତରେ ଆସିକା ଥାନା ଭେଙ୍କଟରାଇପଲ୍ଲୀ ଗାଁରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଉକ୍ତ ଗାଁର ସୁରେନ୍ଦ୍ର ସ୍ୱାଇଁ ଓ ଦେବେନ୍ଦ୍ର ମହାନ୍ତି ଆଜି ଜମିରେ ଚାଷକାମ କରୁଥିବାବେଳେ ବଜ୍ରପାତ ହୋଇଥିଲା । ଗାଁ ଲୋକେ ଉଭୟଙ୍କୁ ଉଦ୍ଧାର କରି ଆସିକା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଦେବେନ୍ଦ୍ର ମାହାନ୍ତିଙ୍କୁ ମୃତ ଘୋଷଣା କରିଥିବାବେଳେ ସୁରେନ୍ଦ୍ର ସ୍ୱାଇଁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପକ୍ଷରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଥାନାର ତାଟିପେଟି ଗ୍ରାମର ଦୋନା ରାମନା(୭୨)ଙ୍କ ବଜ୍ରପାତରେ ମୁତ୍ୟୁ ହୋଇଛି । ସେ ଧାନ ଜମିରେ ବିହନ ପକାଇବା ସମୟରେ ବଜ୍ରପାତ ହୋଇଥିବାବେଳେ ଗ୍ରାମବାସୀ ତାଙ୍କୁ ଗୁରୁତର ଅବସ୍ଥାରେ ଗୁରାଣ୍ଡି ହସ୍ପିଟାଲ୍‌କୁ ଆଣିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking