26.1 C
Bhubaneswar
Friday, March 29, 2024
Homeଓଡିଶାକୂଅ ଭିତରୁ ୩ ମୃତ ଦେହ ଉଦ୍ଧାର

କୂଅ ଭିତରୁ ୩ ମୃତ ଦେହ ଉଦ୍ଧାର

ଭୁବନେଶ୍ଵର: କୋରାପୁଟ ଜିଲ୍ଲା ସ୍ଥିତ କୋଟପାଡ଼ ୮ନଂ ୱାର୍ଡ଼ରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ସେଠାରେ ଏକ କୂଅରୁ ଦୁଇ ପିଲାଙ୍କ ସହ ମାଆର ମୃତଦେହ ଉଦ୍ଧାର କରାଯାଇଛି । ଦୁଇ ପିଲାଙ୍କ ମଧ୍ୟରେ ଜଣେ ୩ବର୍ଷର କନ୍ୟା ଶିଶୁ ଓ ଦୁଇ ବର୍ଷର ପୁଅ ରହିଛି । ବର୍ତ୍ତମାନ ସେଠାରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । କିନ୍ତୁ ସେମାନଙ୍କର ମୃତ୍ୟୁ ଓ କୂଅରେ କିପରି ପଡ଼ିଲେ ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଅନ୍ୟପଟେ ଏହି ଘଟଣାରେ ମହିଳାଙ୍କ ସ୍ୱାମୀଙ୍କୁ ଥାନାରେ ଅଟକ ରଖାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking