30.1 C
Bhubaneswar
Wednesday, April 24, 2024
Homeଓଡିଶାପର୍ଯ୍ୟଟକ ଗାଡ଼ି ଦୁର୍ଘଟଣାଗ୍ରସ୍ତ : ୩ ମୃତ, ୧୦ ଗୁରୁତର

ପର୍ଯ୍ୟଟକ ଗାଡ଼ି ଦୁର୍ଘଟଣାଗ୍ରସ୍ତ : ୩ ମୃତ, ୧୦ ଗୁରୁତର

ସୋର : ବାଲେଶ୍ୱର ଜିଲ୍ଲା ଶେରଗଡ଼ ପେଟ୍ରୋଲ୍ ପମ୍ପ୍ ନିକଟରେ ଏକ ଟ୍ରକ୍ ପଛରେ ଏକ ଟ୍ରାଭେଲର୍ ପିଟି ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ପୁରୀ ବାଲିସାହି ଅଞ୍ଚଳର ଗୋଟିଏ ପରିବାର ତାଙ୍କ କିଛି ବନ୍ଧୁବାନ୍ଧବକୁ ନେଇ ଦେବକୁଣ୍ଡ ଯାଉଥିଲେ। ଟ୍ରାଭେଲର୍‌ରେ ମୋଟ ୨୫ ଜଣ ଯାତ୍ରୀ ଥିଲେ।
ବାଲେଶ୍ୱର ଜିଲ୍ଲା ଶେରଗଡ଼ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୧୩ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ଚିକିତ୍ସା ଲାଗି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଥିଲା। ‌ହସ୍ପିଟାଲରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଯାତ୍ରୀଙ୍କୁ ନେଇ ଯାଉଥିବା ଟ୍ରାଭେରା ଗାଡିଟି ଶେରଗଡ଼ ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକକୁ ପଛପଟୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଖବର ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking