28.1 C
Bhubaneswar
Saturday, April 20, 2024
Homeବ୍ରେକୀଙ୍ଗଆଉ ୩ କରୋନା ଯୋଦ୍ଧା ପଜିଟଭ୍ ଚିହ୍ନଟ

ଆଉ ୩ କରୋନା ଯୋଦ୍ଧା ପଜିଟଭ୍ ଚିହ୍ନଟ

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାର ପୁଣି ତିନିଜଣ କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ଜଣେ ଶେରଗଡ଼ର ଏବଂ ଅନ୍ୟ ଦୁଇଜଣ ଚିକିଟି ବ୍ଲକର ବୋଲି ଜଣାଯାଇଛି। ଆଜି ଏନେଇ ଗଞ୍ଜାମ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି। ଏହାଛଡ଼ା ସାନଖେମୁଣ୍ଡି ବ୍ଲକର ଜଣେ ବ୍ୟକ୍ତି ବି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ଗତକାଲି ଛତ୍ରପୁର ଏସଡିପିଓ ଏବଂ ଆଇଆଇସି କରୋନାରେ ଆକ୍ରାନ୍ତ ହୋଇଥିଲେ ବୋଲି ଗଞ୍ଜାମ ଏସପି ଟୁଇଟ୍ କରି ସୂଚନା ଦେଇଥିଲେ। ସେ ଉଭୟଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ।

ସେହିପରି କଳାହାଣ୍ଡି ଜିଲ୍ଲା ନର୍ଲା ସିଏଚ୍‌ସିର ୨ଜଣ ମହିଳା ଡାକ୍ତର କରୋନାରେ ସଂକ୍ରମିତ ହୋଇଥିଲେ ବୋଲି ଜଣାପଡ଼ିଥିଲା । ଜଣେ ତେଲେଙ୍ଗାନା ଫେରନ୍ତା କରୋନା ଆକ୍ରାନ୍ତଙ୍କ ସଂଶ୍ପର୍ଶରେ ଆସି ସଂକ୍ରମିତ ହୋଇଥିଲେ । ସଂକ୍ରମିତ ବ୍ୟକ୍ତି ୭ଦିନ କ୍ୱାରେଣ୍ଟାଇନ୍ ଓ ପରେ ହୋମ୍ କ୍ୱାରେଣ୍ଟାଇନ୍‌ରେ ଥିଲେ । ହୋମ୍‌କ୍ୱାରେଣ୍ଟାଇନ୍‌ରେ ଥାଇ ପ୍ରୋଟୋକଲ ଭାଙ୍ଗି ସିଏଚ୍‌ସି ଯାଇଥିଲେ । ଏ ନେଇ ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking