43 C
Bhubaneswar
Tuesday, April 16, 2024
Homeଓଡିଶାକଟକ ସହର ପାଇଁ ୩ଟି କୋଭିଡ଼ ସେଣ୍ଟର

କଟକ ସହର ପାଇଁ ୩ଟି କୋଭିଡ଼ ସେଣ୍ଟର

କଟକ :  କଟକରେ କରୋନା ସ୍ଥିତି ନେଇ ସିଏମସି କମିଶନର ସୂଚନା ଦେଇଛନ୍ତି । ଏବେ କଟକରେ ସଂକ୍ରମିତଙ୍କ ସଂଖ୍ୟା କମିଛି । ଏବେ ସୁଦ୍ଧା କଟକ ସହରରେ ମୋଟ ୩୫୦ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨୦୦ଜଣ ସୁସ୍ଥ ହୋଇଛନ୍ତି । ୭ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୧୪୩ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । କଟକ ପୌରାଞ୍ଚଳ ପାଇଁ ୩ଟି କୋଭିଡ଼ କେୟାର ସେଣ୍ଟରର ବ୍ୟବସ୍ଥା ହୋଇଛି । LNT ଗୋପଳପୁରରେ ୧୦୭ ବେଡ୍ର କୋଭିଡ଼ କେୟାର ସେଣ୍ଟର , ବିଦ୍ୟାଧରପୁର OSHB କେନ୍ଦ୍ରରେ ୯୮ଟି ବେଡ଼ର କୋଭିଡ଼ କେୟାର ସେଣ୍ଟର,OAT ରେ୨୨୦ବେଡ଼୍‌ର ମଧ୍ୟ ବ୍ୟବସ୍ଥା ଚାଲିଛି । ଏନେଇ ସିଏମସି କମିଶନର ସୂଚନା ଦେଇଛନ୍ତି । ଯେଉଁମାନଙ୍କର ଲକ୍ଷଣ ନ ଥିବ ବା କମ୍ ଥିବ ସେମାନେ  CCCରହିବେ । ଯେଉଁମାନଙ୍କର ଭେଣ୍ଟିଲେଟର ଦରକାର ବା ଗୁରୁତର ଥିବେ ସେମାନେ ଅଶ୍ୱିନୀ ହସ୍ପିଟାଲ ଯିବେ । ଆସନ୍ତର ୧୪ ଦିନ ଭିତରେ ହେବାକୁ ଥିବା ଘରକୁ ଘର ସର୍ଭେରେ ସମସ୍ତେ ସହଯୋଗ କରନ୍ତୁ ।
ଆଜି କଟକ ସହରରୁ ନୂଆ ୧୬ଟି କରୋନା ପଜିଟିଭ କେସ୍ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୧୪ ଜଣ ହୋମ କ୍ୱାରେଣ୍ଟାଇନ ଓ ୨ ଜଣ ସ୍ଥାନୀୟ ମାମଲା ବୋଲି ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking