40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗବଡ଼ ଖବର : କରୋନା ନେଲା ଆଉ ୩ ଜୀବନ, ସଂଖ୍ୟା ପହଂଚିଲା ୬୪କୁ

ବଡ଼ ଖବର : କରୋନା ନେଲା ଆଉ ୩ ଜୀବନ, ସଂଖ୍ୟା ପହଂଚିଲା ୬୪କୁ

ଭୁବନେଶ୍ବର : ରାଜ୍ୟରେ ଆଜି ସକାଳୁ ସବୁଠୁ ବଡ଼ ଖବର ଆସି ପହଂଚିଛି। ଆଉ ୩ଜଣ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି। ସମସ୍ତ ମୃତକ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତୁ୍ୟ ସଂଖ୍ୟା ୬୪କୁ ବୃଦ୍ଧିପାଇଥିବାବେଳ ଗଞ୍ଜାମରେ ମୃତୁ୍ୟ ସଂଖ୍ୟା ୩୯କୁ ଛୁଇଁଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଆଜି ରାଜ୍ୟରେ ୨୧ଟି ଜିଲ୍ଲାରୁ ୫୯୫କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ଯରୁ ୩୯୪ ଆକ୍ରାନ୍ତ କ୍ବାରେାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଥିବାେବେଳ ସ୍ଥାନୀୟମାମଲା ୨୦୧ଜଣ ଅଛନ୍ତି ବୋଲି ଜଣାପଡ଼ିଛି।
ସୂଚନାେଯାଗ୍ୟ, ରାଜ୍ୟରେ ବର୍ମାନ କରୋନା ସଂକ୍ରମଣରେ ପ୍ରାଣ ହରାଇ ସାରିଲେଣି ୬୭ଜଣ। ସେଥିମଧ୍ଯରୁ ଗଞ୍ଜାମରୁ ୩୯, ଖୋଦ୍ର୍ଧାରୁ ୯, କଟକରୁ ୬, ପୁରୀରୁ ୨ଜଣ, ଯାଜପୁରରୁ ଜଣେ, ସୁନ୍ଦରଗଡ଼ରୁ ଜଣେ, ଗଜପତିରୁ ଜଣେ, କେନ୍ଦ୍ରାପଡ଼ାରୁ ଜଣେ, ବରଗଡ଼ରେ ଜଣେ, ଭଦ୍ରକରୁ ଜଣେ, ରାୟଗଡ଼ାରୁ ଜଣେ, ଓ ଅନଗୁଳରୁ ଜଣେ ଲେଖାଏଁ ମୃତୁ୍ୟବରଣ କରିଛନ୍ତି। କୋଭିଡ୍ ପଜିଟିଭ୍ ଥାଇ ଅନ୍ୟ ରୋଗରେ ପ୍ରାଣହରାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୦କୁ ବୃଦ୍ଧିପାଇଛି। ସେମାନଙ୍କ ମଧ୍ଯରୁ ଗଞ୍ଜାମରୁ ଜଣେ, ଖୋଦ୍ର୍ଧାରୁ ୫ଜଣ, କଟକରୁ ୩ଜଣ, ସୁନ୍ଦରଗଡ଼ରୁ ଜଣେ, ବାଲେଶ୍ବରରେ ୨ଜଣ, ପୁରୀରୁ ଜଣେ, ମୟୁରଭଞ୍ଜରୁ ୨ଜଣ, କେନ୍ଦ୍ରାପଡ଼ାରୁ ଜଣେ, କେନ୍ଦୁଝରରୁ ଜଣେ, ଭଦ୍ରକରୁ ୨ଜଣ, ଓ ନବରଙ୍ଗପୁରରେ ଜଣଙ୍କର ମୃତୁ୍ୟ ଘଟିଛି।
ବର୍ମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ହଜାର୧୨୧କୁ ବୃଦ୍ଧିପାଇଛି। ସେଥିମଧ୍ଯରୁ ୬୪ଜଣ ସଂକ୍ରମିତଙ୍କର ମୃତୁ୍ୟ ଘଟିଛି। ୮ହଜାର ୩୬୦ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟ ୪ହଜାର ୬୭୭ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିସôିତ ହେଉଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking