32.1 C
Bhubaneswar
Sunday, May 26, 2024
Homeଦେଶ ବିଦେଶଶୋଇଥିବା ଅବସ୍ଥାରେ ଅଗ୍ନିକାଣ୍ଡ; ଜଳିଗଲେ ୩ ଭାଇ ଭଉଣୀ

ଶୋଇଥିବା ଅବସ୍ଥାରେ ଅଗ୍ନିକାଣ୍ଡ; ଜଳିଗଲେ ୩ ଭାଇ ଭଉଣୀ

ରାୟପୁର: ଶନିବାରର ରାତି ପାଲଟିଗଲା କାଳରାତ୍ରି । ଅଗ୍ନିକାଣ୍ଡରେ ଜଳି ଚାଲିଗଲା ୩ ନିରୀହ ଜୀବନ । ସୂଚନା ଅନୁସାରେ ଛତିଶଗଡର ସରଗୁଜା ଜିଲ୍ଲାର ମୈନପାଟ ଥାନା ଅନ୍ତର୍ଗତ ବରିମା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବରିମା ଗ୍ରାମର ପକରୀଖାର ମହଲାରେ ଶୋଇଥିବା ଅବସ୍ଥାରେ ୩ ନିଷ୍ପାପ ଶିଶୁମାନେ ଅଗ୍ନିକାଣ୍ଡରେ ପ୍ରାଣତ୍ୟାଗ କରିଛନ୍ତି ।

ପୋଲିସ ସୂଚନା ମୁତାବକ, ଏହି ଘଟଣାଟି ପ୍ରାୟ ରାତି ୨ଟା ସମୟରେ ହୋଇଥିଲା । ମହଲାରେ ରହୁଥିବା ଜଣେ ମାଝୀ ସମ୍ପ୍ରଦାୟର ପରିବାରରେ ୨ ଜଣ ନାବାଳିକା ଓ ଜଣେ ନାବାଳକ ଏକାଠି ଗୋଟିଏ କୋଠରୀରେ ରହିଥିଲେ । ସେମାନଙ୍କ ମାଆ ସୁଧନୀ ବାଇ ପାଖରେ ଥିବା ଅନ୍ୟ ଏକ ଘରେ ନିଜର ଚତୁର୍ଥ ସନ୍ତାନକୁ ଦେଖିବା ପାଇଁ ଯାଇଥିଲେ । ଏହି ସମୟରେ ଉକ୍ତ ତିନି ପିଲା ଶୋଇଥିବା ଘରେ ହଠାତ ନିଆଁ ଲାଗିଯାଇଥିଲା । ଘରଟି ଚାଳ ଘର ହୋଇଥିବାରୁ ନିଆଁ ଏତେ ଜୋରରେ ବ୍ୟାପିଥିଲା ଯେ ଶୋଇଥିବା ପିଲାମାନଙ୍କୁ ବାହାର କରିବା ମୁସ୍କିଲ ହୋଇପଡିଥିଲା ।

ପିଲାମାନଙ୍କ ଆକୁଳ ଚିତ୍କାର ଶୁଣି ଆଖପାଖରେ ଗ୍ରାମବାସୀମାନେ ନିଆଁ ଲିଭାଇବାକୁ ଚେଷ୍ଟା କରି ସଫଳ ହୋଇଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ଉକ୍ତ ତିନି ଶିଶୁଙ୍କ ମୃତ୍ୟୁ ହୋଇସାରିଥିଲା । ଏହି ଘଟଣାରେ ତିନି ନିରୀହ ପିଲାଙ୍କ ଅସମୟରେ ଚାଲିଯିବା ଯୋଗୁଁ ସମ୍ପୂର୍ଣ୍ଣ ଗାଁରେ ଶୋକର ବାତାବରଣ ସୃଷ୍ଟି ହୋଇଛି । ତିନି ତିନିଟି ପିଲାଙ୍କୁ ହରାଇ ମାଆ ଆଖିରୁ ଲୁହ ଶୁଖୁନି ।

ସେ ଏ ସମ୍ପର୍କରେ ଅଧିକ କିଛି କହିବା ସ୍ଥିତିରେ ନାହାଁନ୍ତି । ମୃତ୍ୟୁ ହୋଇଥିବା ତିନି ପିଲାଙ୍କ ବୟସ ୬ ରୁ ୯ ବର୍ଷ ମଧ୍ୟରେ ହେବ । ଏହି ତିନି ଶିଶୁଙ୍କର ପିତା ଦେବଧନ ମାଝୀ ବାହାର ରାଜ୍ୟରେ ମଜଦୁରୀ କରିବାକୁ ଯାଇଥିବା ସୂଚନା ମିଳିଛି । ପିଲାମାନଙ୍କ ଲାଳନ ପାଳନ ମାଆ ହିଁ କରୁଥିଲେ । ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ମୈନାପାଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଗ୍ରାମବାସୀମାନେ ନିଆଁ ଲଗାଯାଇଥିବା ନେଇ ସନ୍ଦେହ କରୁଥିବା ବେଳେ ସଠିକ୍ କାରଣ ଜାଣିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking