ଗାଁରେ ଶୋକାକୁଳ ପରିବେଶରେ ବିଦାୟ ନେଲେ ୩ ଶିଶୁ

କଳାହାଣ୍ଡି – ଶେଷରେ ଆଖି ବୁଜିଲେ ତିନି ନିଷ୍ପାପ ଶିଶୁ | ଧାନ ଖଳା ଖେଳୁଥିବା ସମୟରେ ହଠାତ ପାଖରେ ଥିବା ନିଆଁ ପୋଇବା ପାଇଁ ଥିବା ନିଆଁ ଅତରା ରୁ ନିମିସକ ମଧ୍ୟରେ ନିଆଁ ବ୍ୟାପି ୩ ଶିଶୁ ଅର୍ଦ୍ଧ ଦଗ୍ଧ ହୋଇ ପଡ଼ିଥିଲେ| ସ୍ଥାନୀୟ ଲୋକ ଉଦ୍ଧାର କରି ସେମାନଙ୍କୁ ପ୍ରଥମେ କୋକସରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରି ଥିବା ବେଳେ ଡାକ୍ତର ୩ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ | କୋକସରା ବ୍ଲକ ମହିମା ପଞ୍ଚାୟତ ବିଜମରା ଗ୍ରାମର ୩ ଜଣ ଶିଶୁ  ଧାନ ଖଳା ରେ ଖେଳୁଥିବା ସମୟରେ ନିଆଁ ରେ ପୋଡି ଗୁରୁତର ହୋଇଥିବା ବେଳେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା  | ଦେହର ୯୦ ପ୍ରତିଶତ ଅଂଶ ପୋଡି ଯାଇଥିଲା | ତିନି ଶିଶୁ ଙ୍କ ବୟସ ୩ ରୁ ୪ ପାଖାପାଖି ହେବ | ବିଜମରା ଗାଁ ର ହେମରାଜ ଦିଶାରୀ ଙ୍କ ଦୁଇ ଯାଆଁଳା ଝିଅ ରୋଜି ଦିଶାରୀ ଓ ଡେଜୀ ଦିଶାରୀ ଓ ଅନ୍ୟଜଣେ କୁଣ୍ଡିଗୁଡା ଗାଁ ର  ରଚନା ରାଉତ ବୋଲି ଜଣାପଡିଛି। ସେ ନିଜ ମାମୁ ଘର ବିଜମରା କୁ ଆସିଥିବା ବେଳେ ଏହି ଅଘଟଣ ଘଟିଛି|  ଭବାନୀପାଟଣା ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ତିନି ଶିଶୁ ଙ୍କ ମୃତ ଦେହ ପହଁଚିବା ପରେ ସ୍ତବ୍ଧ ହୋଉପଡିଛି ଗ୍ରାମ |,ତିନି ନାବାଳିକା ଶିଶୁ ଙ୍କ ଅକାଳ ମୃତ୍ୟୁ ଯୋଗୁ ଗା ରେ ଶୋକାକୁଳ ପରିବେଶ ସହ କାନ୍ଦ ବୋବାଳି ରେ ଗାଁ ଦାଣ୍ଡ ଫାଟି ପଡୁଛି, ତିନି ନାବାଳିକା ଙ୍କ ମୃତ ଦେହ ଗାଁ ରେ ପହଁଚିବା ପରେ  ଶୋକ ର ଛାୟା ଖେଳିଯାଇଛି। ମୃତ ଶିଶୁ ଙ୍କ ଶବ ବିଜମରା ରେ ପହଁଚିବା ପରେ ଜିଲ୍ଲା ପ୍ରଶାସନ ଙ୍କ ନିର୍ଦ୍ଦେଶ କ୍ରମେ  କୋକସରା ବ୍ଲକ ପ୍ରଶାସନ ତରଫରୁ ରେଡ଼କ୍ରସ ପାଣ୍ଠି ରୁ ମୃତ ଶିଶୁ ଙ୍କ ପରିବାରକୁ ୧୦ ହଜାର ଲେଖାଏ ଅନୁକମ୍ପା ରାଶି ସ୍ଥାନୀୟ ଅତିରିକ୍ତ ତହସିଲଦାର ଶରତ ଚନ୍ଦ୍ର ଶବର ଆସି ଦେଇଥିଲେ,  ଧର୍ମଗଡ ବିଧାୟକ ମୋଉଷଧି ବାଗ ପହଞ୍ଚି ଶୋକ ସନ୍ତାପ ପରିବାର କୁ ଭେଟିବା ସହ  ଟିକେ ଶେଷ ସଂସ୍କାର ସମୟରେ ଉପସ୍ଥିତ ରହିଥିଲେ ପରେ ଅଶ୍ରୁଲା ନୟନ ରେ ଗ୍ରାମବାସୀ ମାନେ ଶବ ସତ୍କାର କରିଥିଲେ।