26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶସାପ ଚୋଟର ଶୀକାର ହେଲେ ୩ ଭାଇ: ଦୁଇ ମୃତ ଜଣେ ଗୁରୁତର

ସାପ ଚୋଟର ଶୀକାର ହେଲେ ୩ ଭାଇ: ଦୁଇ ମୃତ ଜଣେ ଗୁରୁତର

ନୂଆଦିଲ୍ଲୀ: ବଳରାମ ପୁର ଅଞ୍ଚଳରେ ଘଟିଛି ଏକ ହୃଦୟ ବିଦାରକ ଓ ଅଭାବନୀୟ ଘଟଣା। ତିନି ଦିନରେ ସର୍ପ ଦଂଶନର ଶୀକାର ହେଲେ ତିନି ଭାଇ। ଯେଉଁଥିରେ ୨ ଭାଇଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହାତ ହୋଇଛନ୍ତି । ତେବେ ମୃତ ଦୁଇ ଭାଇ ଗୋଟିଏ ପରିବାରର ହୋଇଥିବା ବେଳେ ଅନ୍ୟଜଣେ ମାମୁଁ ପୁଅ ଭାଇ ବୋଲି ଜଣା ପଡିଛି। ଏହି ଘଟଣା ପରେ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ସତେ ଯେପରି ଏହି ପରିବାର ଠାରୁ ପ୍ରତିଶୋଧ ନେଇଛି ସାପ।

ତିନି ଭାଇଙ୍କ ମଧ୍ୟରୁ ପ୍ରଥମେ ବଡ ଭାଇ ଅରବିନ୍ଦ ମିଶ୍ର ସାପ ଚୋଟରେ ମୃତ୍ୟୁବରଣ କରିବାର ମାତ୍ର ଗୋଟିଏ ରାତିରେ ୨୫ ବର୍ଷିୟ ସାନ ଭାଇ ଗୋବିନ୍ଦ ମିଶ୍ର ଓ ସିକନ୍ଦରାବାଜ ନିବାସୀ ୨୧ ବର୍ଷିୟ ମାମୁଁ ପୁଅ ଭାଇ ଚନ୍ଦ୍ରଶେଖରକୁ ଶୋଇଥିବା ଅବସ୍ଥାରେ ଚୋଟ ମାରିଥିଲା ସାପ । ଯାହାଫଳରେ ଉଭୟଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା। ସେମାନଙ୍କୁ ପରିବାର ଲୋକେ ତୁରନ୍ତ ଶ୍ରାବସ୍ତିର ଲକ୍ଷ୍ମଣପୁର ବଜାରସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଗୋବିନ୍ଦଙ୍କ ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବହରାଇଚ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ତେବେ ସେଠାକାର ଡାକ୍ତର ଗୋବିନ୍ଦୁ ମୃତ ବୋଲି ଘୋଶଣା କରିଥିଲେ। ଅନ୍ୟପକ୍ଷେ ମାମୁଁ ପୁଅ ଭାଇ ଚନ୍ଦ୍ରଶେଖରର ସ୍ୱାସ୍ଥ୍ୟରେ କିଛିଟା ସୁଧାର ଆସିବା ପରେ ତାଙ୍କୁ ମଧ୍ୟ ବହରାଇଚ ଜିଲ୍ଲା ଚିକିତ୍ସାଳୟକୁ ରେଫର କରାଯାଇଛି।

ତିନି ଦିନ ମଧ୍ୟରେ ଘରର ଦୁଇ ଭେଣ୍ଡିଆ ପୁଅକୁ ହରାଇ ଅସହାୟ ହୋଇପଡିଛନ୍ତି ବୃଦ୍ଧ ବାପା ମାଆ । ତେବେ ଏହି ଘଟଣା ପରେ ଲଲିୟା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପରେ ପରିବାକୁ ହସ୍ତାନ୍ତର କରିବା ସହ ଅସହାୟ ପରିବାରର ସାହାସ ବଢାଇଛନ୍ତି । ଏଥି ସହିତ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ କଥା ମଧ୍ୟ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking