ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ୩ଅଧିକାରୀଙ୍କୁ ବଦଳି କରାଯାଇଛି । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି କ୍ରମରେ ବିଏମ୍ସିର ଡେପୁଟି କମିଶନର ମହେନ୍ଦ୍ର କୁମାର ବଢ଼େଇଙ୍କୁ ବଦଳି କରାଯାଇଛି । ପୂର୍ବରୁ ସେ ଭୁବନେଶ୍ୱର ଦକ୍ଷିଣପୂର୍ବ ଜୋନର ଜୋନାଲ ଡେପୁଟି କମିଶନର ଭାବେ ଦାୟିତ୍ୱ ତୁଲାଉଥିବାବେଳେ ଏବେ ତାଙ୍କୁ ନୂଆପଡ଼ାର ଉପଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି ।
ସେହିପରି ବିଏମ୍ସି ଅତିରିକ୍ତ କମିଶନର ଲିଲନ୍ ପ୍ରସାଦ ସାହୁଙ୍କୁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ଓଏସ୍ଡି ଭାବେ ନିଯୁକ୍ତ କରାଯାଇଛି । ଏ ନେଇ ଆଜି ସୂଚନା ଦିଆଯାଇଛି । ଅପରପକ୍ଷେ ରବିବାର ବିଏମ୍ସି ଡେପୁଟି କମିଶନର (ରେଭିନ୍ୟୁ) ଶ୍ରୀମନ୍ତ ମିଶ୍ରଙ୍କ ବଦଳି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ତାଙ୍କୁ ରାଜସ୍ୱ ବୋର୍ଡ, ଓଡ଼ିଶାର ଅନୁସଚିବ ଭାବେ ନିଯୁକ୍ତି ଦିଆଯାଇଛି ।