28.1 C
Bhubaneswar
Friday, March 29, 2024
Homeଓଡିଶାଭିମ୍‌ସାରରେ ଆତଙ୍କ : ୩ ଦିନରେ ୨ବ୍ଲାକ୍ ଫଙ୍ଗସ୍ ରୋଗୀ ମୃତ, ୧୧ ଚିକିତ୍ସାଧିନ

ଭିମ୍‌ସାରରେ ଆତଙ୍କ : ୩ ଦିନରେ ୨ବ୍ଲାକ୍ ଫଙ୍ଗସ୍ ରୋଗୀ ମୃତ, ୧୧ ଚିକିତ୍ସାଧିନ

ସମ୍ବଲପୁର : ବୁର୍ଲାସ୍ଥିତ ଭିମସାରରେ କରୋନା ପରେ ବର୍ତ୍ତମାନ ବ୍ଲାକ୍ ଫଙ୍ଗସର ଆତଙ୍କ ସୃଷ୍ଟି ହୋଇଛି । ଗତ ତିନି ଦିନ ମଧ୍ୟରେ ଏଠାରେ୨ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍‌ଯ ଚିହ୍ନଟ ୧୧ ଜଣ ଆକ୍ରାନ୍ତ ଚି଼କିତ୍ସାଧିନ ରହିଛନ୍ତି । ଯାହାକୁ ନେଇ ଡାକ୍ତର, ରୋଗୀ ଓ ସେମାନଙ୍କ ପରିଜନ ଆତଙ୍କିତ ହୋଇପଡ଼ିଛନ୍ତି । ଭିମସାର କର୍ତ୍ତୃପକ୍ଷଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦୁଇଦିନ ପୂର୍ବେ ଭିମସାରରେ କରୋନା ରୋଗୀଙ୍କ ପାଇଁ ରହିଥିବା ସ୍ୱତନ୍ତ୍ର କେନ୍ଦ୍ରୀୟ ଆଇସିୟୁରେ ଜଣକର ମୃତ୍ୟୁ ହୋଇଥିବା ବେଳେ ମଙ୍ଗଳବାର ଅନ୍ୟଜଣେ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ମୃତ୍ୟୁ ଘଟିଛି । ସେହିପରି ଭିମସାରରେ ଏପର୍ଯ୍ୟନ୍ତ ମୋଟ ୨୭ ଜଣ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧ ଜଣ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧିନ ରହିଛନ୍ତି । ଏହି ରୋଗ ଏକ ଦୁରୁହ ଓ ବିରଳ ମହାମାରୀ ହୋଇଥିବାରୁ ଏହି ରୋଗରେ ପୀଡ଼ିତ ରୋଗୀଙ୍କ ଚିହ୍ନଟ ତଥା ସ୍ୱତନ୍ତ୍ର ଚିକିତ୍ସା ପାଇଁ ଏକ ୮ ଜଣିଆ ବିଶେଷଣଜ୍ଞ ଚିକିତ୍ସକଙ୍କୁ ନେଇ ଏକ ଉଚସ୍ତରୀୟ କମିଟି ଗଠନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking