26.1 C
Bhubaneswar
Friday, March 29, 2024
Homeଓଡିଶାତିନି ଟି ସନ୍ତାନ ଜନ୍ମ

ତିନି ଟି ସନ୍ତାନ ଜନ୍ମ

କଳାହାଣ୍ଡି : ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ସ୍ଥିତ ବୋରଗୁଡା ଗ୍ରାମର ଲବଣି ସୁନାନୀ ଙ୍କ ସହଧାର୍ମିଣୀ ନଳିନୀ ସୁନାନୀ ତିନି ଟି ସନ୍ତାନ ଜନ୍ମ ଦେଇଛନ୍ତି।ଜନ୍ମ ହୋଇଥିବା ସନ୍ତାନ ମଧ୍ୟରୁ ୨ଟି କନ୍ୟା ଓ ଗୋଟିଏ ପୁଅ ଥିବା ଜଣା ପଡ଼ିଛି।ଗତ କିଛି ତଳେ   ଭବାନୀପାଟଣା ସରକାରୀ ଡାକ୍ତର ଖାନାରେ ପ୍ରସବ ହୋଇଥିବା ବେଳେ ତିନିଟି ସନ୍ତାନ ସାଧାରଣ ଭାବେ ସ୍ୱାସ୍ଥ୍ୟ ଥିବା ଜଣାପଡିଛି।ତେବେ ସନ୍ତାନ ପାଇଁ ବାପା ମାଆ ଯେତେ ଖୁସି ଥିବା ବେଳେ ଦ୍ବିଗୁଣିତ ଚିନ୍ତା ରେ ପଡିଥିବା ବାପା ଲବଣି ସୁନାନୀ ପ୍ରକାଶ କରିଛନ୍ତି।ସେ ଜଣେ ଅତି ଗରିବ ଶ୍ରେଣୀର ହୋଇଥିବା ବେଳେ କୁଳି ମଜୁରୀ କରି ପରିବାର ପ୍ରତିପୋଷଣ କରିଥାନ୍ତି।ଏପରି ସ୍ଥଳେ  ତିନିଟି ସନ୍ତାନ ର କିପରି ଯତ୍ନ ଓ ପ୍ରତିପୋଷଣ କରିବେ ତାହା ଏବେ ତାଙ୍କ ପାଇଁ କାରଣ ପାଲଟିଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳ ବାସୀ ଙ୍କ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking