28.1 C
Bhubaneswar
Wednesday, April 24, 2024
Homeଅପରାଧନର କଙ୍କାଳ ମିଳିବା ଘଟଣା : ସାଇକେଲ୍ ପାଇଁ ହତ୍ୟା, ୩ ଗିରଫ

ନର କଙ୍କାଳ ମିଳିବା ଘଟଣା : ସାଇକେଲ୍ ପାଇଁ ହତ୍ୟା, ୩ ଗିରଫ

କୋରାପୁଟ : ଦଶମନ୍ତପୁର-ଚିକାମ୍ବ ରାସ୍ତାର ଧର୍ମାଗଡ଼ା ଗ୍ରାମର ତିତିଝୋଲା ନାଳ ନିକଟରେ ମିଳିଥିବା ନର କଙ୍କାଳର ପରିଚୟ ମିଳିଥିବାବେଳେ ପୁଲିସ ଉକ୍ତ ଘଟଣାରେ ୩ ଜଣଙ୍କୁ ଗିରଫ କରିଥିବା କୋରାପୁଟ ଏସ୍‌ଡିପିଓ ବଳଭଦ୍ର ଦୀପ ସୂଚନା ଦେଇଛନ୍ତି । ସାଇକେଲ୍ ଟଙ୍କା ନଦେବାରୁ ତୁନଖାଲର ଚିତ୍ର ମୁଦୁଲି(୨୬)କୁ ସେମାନେ ହତ୍ୟା କରି ମାଟିରେ ପୋତି ଦେଇଥିବା ବନାସିଲ୍ ଗ୍ରାମର ଗିରଫ ୩ ଅଭିଯୁକ୍ତ ତ୍ରିନାଥ ଯାନୀ(୨୬), ବଳରାମ ଯାନୀ(୨୨) ଓ ଭୂବନ ମୁଦୁଲି(୨୨) ପୁଲିସ୍ ନିକଟରେ ସ୍ୱୀକାର କରିଛନ୍ତି । କୋରାପୁଟ ଟାଉନଥାନା ସମ୍ମିଳନୀ କକ୍ଷରେ ଦଶମନ୍ତପୁର ଥାନା ଅଧିକାରୀ କ୍ଷୀରେଶ୍ୱର ସାହୁଙ୍କ ଉପସ୍ଥିତିରେ ଅନୁଷ୍ଠିତ ସାମ୍ବାଦିକ ସମିଳନୀରେ ଏସଡିପିଓ ଶ୍ରୀ ଦୀପ ସୂଚନା ଦେଇ କହିଛନ୍ତି, ତୁନଖାଲ ଗ୍ରାମର ମୃତ ଚିତ୍ର ମୁଦୁଲି ଗତ ନଭେମ୍ବର ଶେଷ ସପ୍ତାହରୁ କେଉଁ ଆଢ଼େ ନିଖୋଜ ଥିବା ତାଙ୍କ ସାନ ଭାଇ ବୁଦୁ ମୁଦୁଲି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗର ତଦନ୍ତ କରୁଥିବାବେଳେ ଚିକାମ୍ବ ରାସ୍ତାର ଧର୍ମାଗୁଡ଼ା ଗ୍ରାମର ତିତିଝୋଲା ନାଳ ନିକଟରେ ପଚା ଦୁର୍ଗନ୍ଧ ହେଉଥିବା ଖବର ଚିତ୍ର ମୁଦୁଲିଙ୍କ ସମ୍ପର୍କୀୟମାନେ ଗତ ୩୦ ତାରିଖ ସନ୍ଧ୍ୟାରେ ପାଇ ଘଟଣାସ୍ଥଳକୁ ଯାଇଥିଲେ ଏବଂ ନାଳ ନିକଟରେ ଥିବା ଏକ ମାଟି ଗଦାକୁ ଖୋଳିଥିଲେ । ମାଟି ଖୋଳିବା ପରେ ସେଠାରୁ ଏକ ନର କଙ୍କାଳ ମିଳିଥିବା ବେଳେ ନିକଟରେ ଚିତ୍ର ମୁଦୁଲିର ପୋଷାକ ମଧ୍ୟ ଠାବ କରିଥିଲେ । ନର କଙ୍କାଳ ଚିତ୍ରର ପୋଷାକ ମିଳିବାପରେ ପରିବାର ଲୋକ ତାହା ଚିତ୍ର ମୁଦୁଲିର କଙ୍କାଳ ବୋଲି ନିଶ୍ଚିତ ହୋଇ ଦଶମନ୍ତପୁର ପୁଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ଦଶମନ୍ତପୁର ପୁଲିସ୍ ୩୦୨, ୨୦୧, ୩୪ ଦଫାରେ ଏକ ମାମଲା ରୁଜୁ କରି ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ôଚଥିଲେ ତଳେ ଥିବା ନର କଙ୍କାଳକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କୋରାପୁଟ ଏସଏଲଏନ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲକୁ ପଠାଇବା ସହ ଉପରୋକ୍ତ ତିନି ଅଭିଯୁକ୍ତଙ୍କୁ ଥାନାକୁ ନେଇ ଜେରା କରିଥିଲେ । ମୃତ ଚିତ୍ର ମୁଦୁଲି ମୁଖ୍ୟ ଅଭିଯୁକ୍ତ ତ୍ରିନାଥ ଯାନୀ ଠାରୁ ଏକ ସାଇକେଲ୍ କିଣିଥିଲା । ସାଇକେଲ୍ ଟଙ୍କା ପରେ ଦେବାକୁ କହି ଚିତ୍ର ବହୁ ଦିନ ଯାଏ ଟଙ୍କା ନଦେବାରୁ ଚିତ୍ରକୁ ହତ୍ୟା କରାଯାଇଥିବା ତିନି ଅଭିଯୁକ୍ତ ପୁଲିସକୁ କହିଥିବାବେଳେ ଚିତ୍ରକୁ ମଦ ପିଆଇ ଏକ ପଥରରେ ତାର ଗୁପ୍ତାଙ୍ଗକୁ ଛେଟି ହତ୍ୟା କରିଥିବା ସ୍ୱୀକାର କରିଥିଲେ । ପୁଲିସ୍ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବାବେଳେ ହତ୍ୟାରେ ବ୍ୟବହୃତ ପ୍ରାୟ ୨ କିଲୋ ଓଜନର ପଥର, ଏକ କାଠ କିଳା ଓ ଗୋଟିଏ ମୋବାଇଲ ଫୋନ୍ ସମେତ ମୁଖ୍ୟ ଅଭିଯୁକ୍ତ ତ୍ରିନାଥ ଯାନୀର ମୋଟର ସାଇକେଲକୁ ଜବତ କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking