34.1 C
Bhubaneswar
Friday, March 29, 2024
Homeଓଡିଶାଅନୁଗୁଳନାବାଳିକାକୁ ଦୁଷ୍କର୍ମ, ୩ ଗିରଫ

ନାବାଳିକାକୁ ଦୁଷ୍କର୍ମ, ୩ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଜନୈକା ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପୁଲିସ ସୋମବାର ୩ ଜଣ ଯୁବକଙ୍କୁ ଗିରଫ କରିଛି । ସୂଚନା ଯେ, ଗତ ଅକ୍ଟୋବରରେ ଛେଣ୍ଡିପଦା ଥାନା ଅଞ୍ଚଳରୁ ଜନୈକା ନାବାଳିକାକୁ ପ୍ରେମ ଜାଲରେ ଫସାଇ ଖୁଣ୍ଟାନାଳୀ ଗାଁର ମୁନା ସାହୁ(୨୮) ଅପହରଣ କରିଥିଲେ । ଜରପଡ଼ା ଥାନା ଅନ୍ତର୍ଗତ ଦୁବନାଳୀ ଗାଁର ଚିକୁନ ପ୍ରଧାନ(୨୨) ଅପହରଣ କରିବାରେ ସହାୟତା କରିଥିଲେ ।

ଏଥିସହ ମୁନାଙ୍କ ମାଉସୀ ପୁଅ ଭାଇ ବନ୍ତଳା ଥାନା ଅନ୍ତର୍ଗତ ମୁଣ୍ଡାଢିପ ସାହିର କ୍ଷୀରୋଦ ସାହୁ (୨୦) ସହଯୋଗ କରିଥିଲେ । ଅପହରଣ ପରେ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ଶେଷରେ ଜାନୁଆରୀ ୨୭ ତାରିଖରେ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ରବିବାର ବନ୍ତଳା ମୁଣ୍ଡାଢିପ ସାହିରେ ଭଡ଼ାଘର ନେଇ ରହୁଥିବା ମୁନା ଓ ନାବାଳିକାକୁ ଉଦ୍ଧାର କରି ଚିକୁନ ଓ କ୍ଷୀରୋଦଙ୍କୁ ଗିରଫ କରିଛି । ଉଭୟଙ୍କ ଡାକ୍ତରୀମାଇନା ପରେ ନାବାଳିକାକୁ ପରିବାରକୁ ହସ୍ତାନ୍ତର କରି ୩ ଅଭିଯୁକ୍ତ ମୁନା, ଚିକୁନ ଓ କ୍ଷୀରୋଦଙ୍କୁ ସୋମବାର କୋର୍ଟଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking