38.1 C
Bhubaneswar
Tuesday, April 23, 2024
Homeଅପରାଧଯାଜପୁରରୋଡର ଚୂନଭାଟି ଅଂଚଳରୁ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଧଳା ଜହର ଜବତ, ୩...

ଯାଜପୁରରୋଡର ଚୂନଭାଟି ଅଂଚଳରୁ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଧଳା ଜହର ଜବତ, ୩ ଗିରଫ

ଯାଜପୁର : ଯାଜପୁର ଜିଲ୍ଲାରେ ବ୍ରାଉନ ସୁଗାର କରବାର ଦିନକୁ ଦିନ ବୃଦ୍ଧି ପାଉଛି । ଅବକାରୀ ବିଭାଗ ଚୁପ ହୋଇ ବସିଛି । ଯାଜପୁର ପୋଲିସ ପକ୍ଷରୁ ବାରମ୍ବାର ବ୍ରାଉନ ସୁଗାର ବେପାରୀ ମାନଂକୁ ଧରି ସେମାନଙ୍କ ଠାରୁ ବ୍ରାଉନ ସୁଗାର ଜବତ କରାଯାଇଛି । ବିଶେଷ କରି ଛତିଆ,ପାଣିକୋଇଲି, ଯାଜପୁର ରୋଡ ଚଣ୍ଡିଖୋଲ ପ୍ରଭୁତି ସ୍ଥାନରେ ଏହି କାରବାର ପୋଲିସ ଆଖିରେ ଧୂଳି ଦେଇ ସେମାନଙ୍କ ବେପାର ବଢ଼ାଇ ଚଲାଇଛନ୍ତି ଅବକାରୀ ବିଭାଗ ଚେଁହି ଶୋଇଛି । ସୋମବାର ରାତିରେ ଯାଜପୁର ରୋଡ ରେଳବାଇ ଅଞ୍ଚଳରେ ଥିବା ଚୂନ ଭାଟି ନିକଟରେ 31ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଏହି କାରବାର ସମ୍ପୃକ୍ତ ଥିବା 3ଜଣକୁ ଗିରଫ କରିବା ଏକ ନାଲି ରଙ୍ଗର ଇଣ୍ଡିକା କାରକୁ ଜବତ କରିଛି ଅବକାରୀ ବିଭାଗ । ଗିରଫ ବେକ୍ତିମାନେ ହେଲେ ଏହି ସହରର ପଦ୍ମପୁର ଅଞ୍ଚଳର ଅଜୁ ଦାସ, ମନୋଜ ଦାସ. ଓ ନାରାୟଣ ଦାସ ଯାଜପୁର ରୋଡରେ ବ୍ରାଉନ ସୁଗାର ବିକ୍ରି ହେଉଥିବା ଅବକାରୀ ବିଭାଗ ବହୁ ପୂର୍ବରୁ ଜାଣିଥିଲା । ହଠାତ ସ୍ପେସିଆଲ ସ୍କୁlର୍ଡ଼ ଚୂନ ଭାଟି ଅଞ୍ଚଳରୁ ଛଡାଉ କରି 31ଗ୍ରାମ ବ୍ରାଉନ ସୁଗାର ଜବଦ କରିଛି । ଏହାର ଆନୁମାନିକ ମୂଲ୍ୟ 3ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ସମଗ୍ର ଜିଲ୍ଲାରେ ପୋଲିସ ବ୍ରାଉନ ସୁଗାର କରବାରକୁ ଧରୁଥିଲା ବେଳ ଅବକାରୀ ବିଭାଗ ଚୁପ ରହୁଥିଲା । ଜିଲ୍ଲାରେ ବେନିୟମ ଭାବରେ ମଦ ଭାଟି ଓ ଚୋରା ମଦ ବିକ୍ରି ଚାଲିଛି ପୋଲିସ ପକ୍ଷରୁ ଧର ପଗଡ଼ ଚଲାଇଛି । ଜିଲ୍ଲାରେ ଅବକାରୀ ବିଭାଗ ଥିଲା ଭଳି ଜଣାପଡ଼ୁନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking