28.1 C
Bhubaneswar
Sunday, September 15, 2024
Homeଓଡିଶାନାବାଳିକା ଗଣ ବଳତ୍କାର ଓ ହତ୍ୟା ମାମଲା ପ୍ରମାଣ ଅଭାବରୁ ୩ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ନାବାଳିକା ଗଣ ବଳତ୍କାର ଓ ହତ୍ୟା ମାମଲା ପ୍ରମାଣ ଅଭାବରୁ ୩ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

କଟକ : ଗୋବିନ୍ଦପୁର ଥାନା ଅଞ୍ଚଳରେ ପାଞ୍ଚବର୍ଷ ପୂର୍ବେ ଘଟିଥିବା ନାବାଳିକା ଗଣ ବଳତ୍କାର ଓ ହତ୍ୟା ମାମଲାରେ କଟକର ଅତିରିକ୍ତ ଆଡହକ୍ ସେସନ୍ ଜଜ୍ ସ୍ପେସାଲ୍ ଫାଷ୍ଟ ଟ୍ରାକ୍ କୋର୍ଟ-୧ ତିନି ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି । ଏଭଳି ଏକ ସ୍ପର୍ଶକାତର ମାମଲାରେ ନିର୍ଦ୍ଦୋଶରେ ଖଲାସ ହୋଇଥିବା ଅଭିଯୁକ୍ତମାନେ ହେଲେ ରାଜେଶ ପଟ୍ଟନାୟକ, ରଜତ ଭୋଇ, ସୁନୀଲ୍ ପାଣି । ତେବେ ଘଟଣା ପରେ ଫେରାର ଥିବା ମାମଲାର ଅନ୍ୟତମ ଅଭିଯୁକ୍ତ ଦେବୀ ପ୍ରସାଦ ପାତ୍ର ନାମରେ ରୁଜୁ ମାମଲା ଏବେ କୋର୍ଟରେ ବିଚାରଧିନ ରହିଛି । ଗୋବିନ୍ଦପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକାକୁ ମୁଖ୍ୟ ଅଭିଯୁକ୍ତ ରାଜେଶ,ରଜତ ଭୋଇ,ସୁନୀଲ୍‌ି, ଦେବୀ ପ୍ରସାଦ ପାତ୍ର ୨୦୧୮ ଫେବୃୟାରୀ ୧୪ ତାରିଖରେ ଅପହରଣ କରି ଭୁବନେଶ୍ୱରରେ ଏକ ଭଡା ଘରେ ଅଭିଯୁକ୍ତମାନେ ତାକୁ ବଳତ୍କାର କରିିଥିଲେ । ଏହା ପରେ ଫେବୃୟାରୀ ୨୭ ତାରିଖରେ ତାର ଗଳାଚିପି ହତ୍ୟାକରି ଆସାମୀ ରାଜେଶର ବାଇଗଣ କିଆରିରେ ଶବକୁ ପୋତି ଫେରାର ହୋଇଯାଇଥିଲେ । ଏହି ଘଟଣାରେ ମୃତକ ନାବାଳିକାଙ୍କ ପରିବାର ଅଭିଯୋଗ କ୍ରମେ ଗୋବିନ୍ଦପୁର ଥାନାରେ ମାମଲା ରୁଜୁ କରାଯାଇଥିଲା । ପୁଲିସ୍ ଏହି ଘଟଣାରେ ଅଭିଯୁକ୍ତ ରାଜେଶ,ରଜତ ଓ ସୁନୀଲ୍‌କୁ ଗିରଫ କରି ଥିଲା ବେଳେ ଦେବୀ ପ୍ରସାଦ ଫେରାର ହୋଇଯାଇଥିଲା । ସୂଚନାଯୋଗ୍ୟ ନାବାଳିକାର ଶବକୁ ମାଟି ତଳୁ ଖୋଳି ବାହାର କରିଥିବା ଚୌକିଦାର ରମେଶ ମଲ୍ଲିକ୍‌ଙ୍କ ସାକ୍ଷ୍ୟଗ୍ରହଣ ହୋଇଥିଲା । ଶବ ଉଦ୍ଧାର ପୂର୍ବରୁ ଆସାମୀ ରାଜେଶ ଶବ ପୋତା ଯାଇଥିବା ସ୍ଥାନକୁ ନିରୁପଣ କରିଥିଲା । ପୁଲିସ୍ ଏହି ଘଟଣାରେ ଅଭିଯୁକ୍ତମାନଙ୍କ ବିରୋଧରେ କୋର୍ଟରେ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲା । ମାତ୍ର ଯଥେଷ୍ଟ ପ୍ରମାଣ ଅଭାବରୁ ଅଭିଯୁକ୍ତ ମାନେ ଦୋଷୀ ସାବ୍ୟସ୍ତ ହୋଇପାରିନଥଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସ୍ପତନ୍ତ୍ର ପନବ୍ଲିକ୍ ପ୍ରସିକ୍ୟୁଟର୍ ବିଶ୍ୱଜିତ୍ ରାୟ ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking