30.1 C
Bhubaneswar
Wednesday, April 24, 2024
Homeଓଡିଶାରାଜ୍ୟରେ ହେଲା ଆଉ ଦୁଇଟି ପ୍ଲାଜମା ବ୍ୟାଙ୍କ

ରାଜ୍ୟରେ ହେଲା ଆଉ ଦୁଇଟି ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ୱର-ରାଜ୍ୟରେ ଆଉ ୨ଟି ପ୍ଲାଜମା ବ୍ୟାଙ୍କ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ବ୍ରହ୍ମପୁର ଏମ୍‌କେସିଜି, ବୁର୍ଲା ଭୀମସାରରେ ପ୍ଲାଜମା ବ୍ୟାଙ୍କ ଉଦଘାଟନ କରିଛନ୍ତି। ପୂର୍ବରୁ କଟକ, ଭୁବନେଶ୍ୱର, ରାଉରକେଲାରେ ପ୍ଲାଜମା ବ୍ୟାଙ୍କ ହୋଇଛି।
ପ୍ଲାଜମା ବ୍ୟାଙ୍କ ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ପ୍ଲାଜମା ଚିକିତ୍ସା ଦ୍ୱାରା ୬୦ଜଣ ରୋଗୀଙ୍କ ଚିକିତ୍ସା ଚାଲିଛି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସୁସ୍ଥ ରହିଛି ।
ବ୍ରହ୍ମପୁର MKCG ହସ୍ପିଟାଲରେ ଉଦଘାଟନୀ ବେଳେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ଭିମସାରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଉପସ୍ଥିତ ଥିଲେ। ପ୍ଲାଜମା ଥେରାପି ଏବେ କରୋନା ଆକ୍ରାନ୍ତଙ୍କ ପାଇଁ ବରଦାନ ସାଜିଛି। ତେଣୁ ଏହାକୁ ରାଜ୍ୟର ଅନ୍ୟ ଅଞ୍ଚଳରେ ପହଞ୍ଚାଇବା ସହ ପ୍ଲାଜମା ଥେରାପିକୁ ଅଧିକରୁ ଅଧିକ ଚିକିତ୍ସା କ୍ଷେତ୍ରରେ ପହଞ୍ଚାଇବାକୁ ରାଜ୍ୟ ସରକାର ଚେଷ୍ଟା କରୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ, ଜୁଲାଇ ୧୫ ତାରିଖରେ କଟକ SCB ପରେ ରାଜ୍ୟର ପ୍ରଥମ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା କରାଯାଇଥିଲା। ଏହା ପରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଦ୍ୱିତୀୟ ପ୍ଲାଜମା ବ୍ୟାଙ୍କ ଲୋକାର୍ପିତ କରାଯାଇଥିଲା। ପରେ ରାଉରକେଲା IGHରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା କରାଯାଇଥିଲା।
ସୂଚନାଯୋଗ୍ୟ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୩୯ ହଜାର ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨୫ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୪୪ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking