31.1 C
Bhubaneswar
Friday, March 29, 2024
Homeଓଡିଶାସକାଳୁଆ ସ୍କୁଲ ସମୟରେ ପରିବର୍ତ୍ତନ : ୬ଟାରୁ ଆରମ୍ଭ ହେବ, ୯ଟାରେ ଛୁଟି

ସକାଳୁଆ ସ୍କୁଲ ସମୟରେ ପରିବର୍ତ୍ତନ : ୬ଟାରୁ ଆରମ୍ଭ ହେବ, ୯ଟାରେ ଛୁଟି

ଭୁବନେଶ୍ୱର : ଏଥର ସକାଳୁଆ ସ୍କୁଲ । ସକାଳ ୬ଟାରୁ ଆରମ୍ଭ ହେବ ସ୍କୁଲ । ୬ଟାରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ୯ଟାରେ ଛୁଟି ହେବ ବୋଲି ସ୍ଥିର କରାଯାଇଛି । ସରକାରଙ୍କ ପକ୍ଷରୁ ଏହି ନୂଆ ନିୟମ ଜାରି କରାଯାଇଛି । ଆସନ୍ତା ମେ’ ୨ ତାରିଖରୁ ଏହି ନିୟମ ଲାଗୁ କରାଯିବ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ ୩ୟରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଛି ।ସେମାନେ ସକାଳ ୬ରୁ ସ୍କୁଲ ଆସିବେ ।

ଅନ୍ୟପଟେ ବୋର୍ଡ ଓ କାଉନସିଲ୍ ପକ୍ଷରୁ ଚାଲିଥିବା ପରୀକ୍ଷା ସୂଚୀ ଅପରିବର୍ତ୍ତିତ ରହିବ ବୋଲି କୁହାଯାଇଛି । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଏନେଇ ଏପ୍ରିଲ ୨୫ ତାରିଖରୁ ୫ ଦିନ ପାଇଁ ସରକାର ସ୍କୁଲ କଲେଜ ବନ୍ଦ ଘୋଷଣା କରିଛନ୍ତି । ତେବେ ଆହୁରି ଖରା ବଢିବାର ସମ୍ଭାବନା ଥିବାରୁ ପୁଣି ସ୍କୁଲ ସମୟରେ ପରିବର୍ତ୍ତନ କରିଛନ୍ତି । ଆଜି ରାଜ୍ୟରେ ୩ଟି ସ୍ଥାନରେ ୪୫ ଡିଗ୍ରୀ ରେକର୍ଡ କରାଯାଇଛି ତାପମାତ୍ରା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking