26.1 C
Bhubaneswar
Friday, March 29, 2024
Homeଓଡିଶାସ୍ୱାମୀଙ୍କ ବିବାହ ବେଦୀରେ ପହଞ୍ଚିଲେ ପତ୍ନୀ, ତା’ପରେ କ’ଣ ହେଲା ପୁରା ଘଟଣା ପଢ଼ନ୍ତୁ....

ସ୍ୱାମୀଙ୍କ ବିବାହ ବେଦୀରେ ପହଞ୍ଚିଲେ ପତ୍ନୀ, ତା’ପରେ କ’ଣ ହେଲା ପୁରା ଘଟଣା ପଢ଼ନ୍ତୁ….

ରାଉରକେଲା: ବିନା ଛାଡ଼ପତ୍ରରେ ଦ୍ୱିତୀୟ ବିବାହ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ରାଉରକେଲା ସହରର ହନୁମାନ ବାଟିକା ପରିସରସ୍ଥ ଏକ ମନ୍ଦିରରେ ଚାଲିଥିବା ବିବାହ ବେଦୀରୁ ଉଭୟ ବର କନ୍ୟାଙ୍କୁ ଉଠାଇ ଆଣିଛି ଉଦିତନଗର ଥାନା ପୁଲିସ । ପୁଲିସ ଥାନାରେ ବର କନ୍ୟାଙ୍କୁ ଅଟକ ରଖି ଉଭୟ ପରିବାରଙ୍କୁ ବୁଝାସୁଝା କରୁଛି । ଅନ୍ୟପଟେ ବିବାହ କରୁଥିବା ଆନନ୍ଦ ଶର୍ମା ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ନ ଦେଇ ଦ୍ୱିତୀୟ ବିବାହ କରୁଥିବାରୁ ପ୍ରଥମ ସ୍ତ୍ରୀ ସରସ୍ୱତୀ ସରକାର ଉଦିତନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ପରେ ପୁଲିସ ହନୁମାନ ବାଟିକା ପରିସରରେ ପହଞ୍ଚି ବେଦୀରୁ ଉଭୟଙ୍କୁ ଉଠାଇ ଆଣିଥିଲା । ମିଳିଥିବା ସୂଚନା ମୁତାବକ ଆନନ୍ଦ ଓ ସରସ୍ୱତୀଙ୍କ ମଧ୍ୟରେ ୯ ବର୍ଷ ତଳେ ବିବାହ ହୋଇଥିବାବେଳେ ଉଭୟଙ୍କ ଔରସରୁ ଏକ କନ୍ୟା ସନ୍ତାନ ରହିଛି । ତେବେ ସରସ୍ୱତୀଙ୍କ ଅଭିଯୋଗ ମୁତାବକ ବିବାହର କିଛି ଦିନ ପରେ ସ୍ୱାମୀ ତାଙ୍କୁ ମାରପିଟ କରୁଥିଲେ । କିଛି ଦିନ ହେବ ଉଭୟ ଅଲଗା ରହୁଥିବାବେଳେ ଆଜି ତାଙ୍କ ସ୍ୱାମୀ ଦ୍ୱିତୀୟ ବିବାହ କରୁଥିଲେ । ଆଉ ଏବାବଦରେ ଜାଣିବା ପରେ ସରସ୍ୱତୀ ଆଜି ପରିବାରଲୋକଙ୍କ ସହ ଆସି ଥାନାରେ ଅଭିଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking