27.1 C
Bhubaneswar
Thursday, April 25, 2024
Homeଓଡିଶାବ୍ରହ୍ମପୁରରେ ହେଲା ଆଉ ୨ଟି କୋଭିଡ ହସ୍ପିଟାଲ

ବ୍ରହ୍ମପୁରରେ ହେଲା ଆଉ ୨ଟି କୋଭିଡ ହସ୍ପିଟାଲ

ବ୍ରହ୍ମପୁର: ସାରା ରାଜ୍ୟରେ କରୋନା ମହାମରୀ ବଢି ଚାଲିଥିବା ବେଳେ ବ୍ରହ୍ମପୁରରେ ଆଉ ୨ଟି କୋଭିଡ ହସ୍ପିଟାଲ ଉଦଘାଟିତ ହୋଇଯାଇଛି । ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏମକେସିଜିର ଶିଶୁ ୱାର୍ଡରେ ନୂଆ କୋଭିଡ ହସ୍ପିଟାଲ ଉଦଘାଟିତ ହୋଇଯାଇଛି । ବ୍ରହ୍ମପୁର କନିଷିରେ ଅମିତ ଅମିତ ହସ୍ପିଟାଲରେ କୋଭିଡ ହସ୍ପିଟାଲ ଉଦଘାଟିତ ହୋଇଯାଇଛି । ଉଭୟ କୋଭିଡ ହସ୍ପିଟାଲରେ ୧୫୦ ଲେଖାଏଁ ଶର୍ଯ୍ୟା ରହିଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ହାର କ୍ରମାଗତ ଭାବରେ କମୁଛି । ଗଞ୍ଜାମରେ ଆରୋଗ୍ୟ ହାର ଜାତୀୟ ହାର ଠାରୁ ଅଧିକ ରହିଛି ଏବଂ ଜିଲ୍ଲାର ୮୫ ପ୍ରତିଶତ ଗ୍ରାମାଞ୍ଚଳ ସବୁଜ ଅଞ୍ଚଳରେ ରହିଛି । କିନ୍ତୁ ଯେ ପର୍ଯ୍ୟନ୍ତ ଟୀକା ବା ନିର୍ଦ୍ଦିଷ୍ଟ ଚିକିତ୍ସା ପଦ୍ଧତ୍ତି ନ ବାହାରିଛି ଏହି ମହାମାରୀ ବିରୁଦ୍ଧରେ ଫଳପ୍ରଦ ଲଢେଇର ଏକମାତ୍ର ଉପାୟ ହେଉଛି ମାସ୍କର ବ୍ୟବହାର, ସାମାଜିକ ଦୂରତ୍ବ ଓ ସରକାରଙ୍କ କୋଭିଡ ନିୟମାବଳୀର ପାଳନ । ତେଣୁ ବର୍ତ୍ତମାନ ପରିସ୍ଥିତିରେ ଆତ୍ମସନ୍ତୋଷର କୌଣସି ସ୍ଥାନ ନାହିଁ । ଜନସାଧାରଣ କୋଭିଡ ନିୟମାବଳୀକୁ ହାଲକା ଭାବରେ ନ ନେଇ ଏହାର ଗୁରୁତ୍ବକୁ ଭଲ ଭାବରେ ବୁଝନ୍ତୁ । ନିଜର ଏବଂ ନିଜ ପରିବାରର ସୁରକ୍ଷା ଦୃଷ୍ଟିରୁ ସବୁ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଏହି ଅବସରରେ ନିବେଦନ କରିଥିଲେ। ଗହଳି ନ ଯିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking