28.1 C
Bhubaneswar
Friday, March 29, 2024
Homeଓଡିଶାଭୁବନେଶ୍ୱରରୁ ଆଜି ୨୯୦ କରୋନା ପଜିଟିଭ୍‌ ଚିହ୍ନଟ, ସୁସ୍ଥ ହେଲେ ୩୫୨ ଜଣ ଆକ୍ରାନ୍ତ

ଭୁବନେଶ୍ୱରରୁ ଆଜି ୨୯୦ କରୋନା ପଜିଟିଭ୍‌ ଚିହ୍ନଟ, ସୁସ୍ଥ ହେଲେ ୩୫୨ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୨୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଚିହ୍ନଟ ହୋଇଥିବା ୨୯୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୯ ଓ ସ୍ଥାନୀୟ ଅଞ୍ଚଳରୁ ୨୧୧ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୩୫୨ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ୨୫,୪୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୧,୮୯୭ ଜଣ ସୁସ୍ଥ ହୋଇଛନ୍ତି ଓ ୧୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୩,୪୨୯ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।

ବରମୁଣ୍ଡାରୁ ୭ ଜଣ, ୟୁନିଟ-୬, ପଟିଆ, ସତ୍ୟନଗରରୁ ୫-୫ ଜଣ, ନୂଆଗାଁ, ସହିଦ ନଗରରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ସତ୍ୟନଗର, ଚନ୍ଦ୍ରଶେଖରପୁର, ବରମୁଣ୍ଡାରୁ ୧୧ ଜଣ ଲେଖାଏଁ, ପୟାପଲ୍ଲୀ, ପୁରୁଣା ଭୁବନେଶ୍ୱର, ଲକ୍ଷ୍ମୀସାଗରରୁ ୧୦-୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିଭଳି ଶୈଳଶ୍ରୀ ବିହାର, ପଟିଆରୁ ୬-୬ ଜଣ, ଖଣ୍ଡଗିରି, ଆଇଆରସି ଭିଲେଜ, ସହିଦ ନଗରରୁ ୫ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking