27.1 C
Bhubaneswar
Friday, March 29, 2024
Homeକରୋନା ଓଡିଶାଖୋର୍ଦ୍ଧା ଉପଖଣ୍ଡରେ ୨୭୮୨ ଆକ୍ରାନ୍ତ

ଖୋର୍ଦ୍ଧା ଉପଖଣ୍ଡରେ ୨୭୮୨ ଆକ୍ରାନ୍ତ

 
ଖୋର୍ଦ୍ଧା,: ଖୋଦ୍ଧା ଉପଖଣ୍ଡରେ ଏବେ କରୋନା ଭୟଗ୍ରାସ କରିଛି । ଦିନକୁ ଦିନ କରୋନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । କରୋନା ସଂକ୍ରମଣର ଚେନ କୁ ଭାଙ୍ଗିବା ପାଇଁ ଜିଲା ପ୍ରଶାସନକୁ ଅଡ଼ୁଆରେ ପକାଇଛି । କିପରି ଏହି ସଂକ୍ରମଣକୁ ରୋକାଯିବ ତାହାକୁ ନେଇ ପ୍ରଶାସନ ଦିନ ରାତି ଅଙ୍କ କଷିବାରେ ଲାଗିଛି । ଅନ୍ୟପକ୍ଷରେ ଖୋର୍ଦ୍ଧା ଉପଖଣ୍ଡରେ ସୋମବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୨ ରହିଛି ।

ତନ୍ମଧ୍ୟରୁ ୧୭୮୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୯୭୨ ଆକଟିଭି କେଶ ଏବଂ ୨ ଜଣ ମୃତ୍ୟୁବରଣ କରିଥିବା ଉପଜିଲ୍ଲାପାଳ ଅଶୋକ ବେହୁରିଆ ଟୁଇଟ କରି ସୂଚନା ଦେଇଛନ୍ତି । ତେବେ ଉପଖଣ୍ଡରେ ସୁସ୍ଥ ହାର ୬୪ପ୍ରତିଶତ ଥିବାବେଳେ ମୃତ୍ୟୁହାର ୧ପ୍ରତିଶତ ରହିଛି । ମାତ୍ର ୩୫ପ୍ରତିଶତ ଆକ୍ଟିଭ କେଶ ରହିଛି ବୋଲି ଉପଜିଲ୍ଲାପାଳ ଟୁଇଟ ରେ ଜଣାଇଛନ୍ତି ।
ପ୍ରାପ୍ତ ସୂଚନା ମୁତାବକ, ଖୋର୍ଦ୍ଧା ଉପଖଣ୍ଡରେ ୬ଗୋଟି ବ୍ଲକ, ଗୋଟିଏ ପୌରପରିଷଦ ଏବଂ ଦୁଇଗୋଟି ବିଜ୍ଞପିତ ଅଂଚଳ ପରିଷଦ ରହିଛି । ତେବେ ଖୋର୍ଦ୍ଧା ପୌରା ଅଂଚଳରେ ୧୨୦ଜଣ ସୁସ୍ଥ ହୋଇଥିବାବେଳେ ୧୨୬ ଆକଟିଭ କେଶ ରହିଛି ଏବଂ ଜଣେ ମୃତ୍ୟୁବରଣ କରିଛନ୍ତି ବୋଲି ଉପଜିଲ୍ଲାପାଳ ତାଙ୍କ ଟୁଇଟ ରେ ଦର୍ଶାଇଛନ୍ତି । ସେହିପରି ବାଣପୁର ଏନଏସିରେ ୧୨୨ ସୁସ୍ଥ, ୯୧ ଆକଟିଭ ଏବଂ ୨ ଜଣ ମୃତ୍ୟୁ ବରଣ କରିଛନ୍ତି । ବାଲୁଗାଁ ଏନଏସିରେ ୬୯ ସୁସ୍ଥ, ୭୧ ଆକ୍ଟିଭ ଓ ଜଣ ମୃତ୍ୟୁବରଣ କରିଛନ୍ତି । ଏଥିସହିତ ବାଣପୁର ବ୍ଲକରେ ୧୩୩୦ ଅକ୍ତିଭ କେଶ ରହିଥିବାବେଳେ ୩୦ ୨ ସୁସ୍ଥ ଏବଂ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଚିଲିକା ବକରେ ୬୩ସୁସ୍ଥ ୧୫୮ ଆକ୍ଟିଭ ଓ ୫ ଜଣ ମୃତ୍ୟୁବରଣ କରିଛନ୍ତି । ଟାଙ୍ଗି ବ୍ଲକରେ ୩୬୮ ସୁସୁ ୭୨ ଆକ୍ତିଭ, ୨ ମୃତ । ଏହିକ୍ରମରେ ବୋଲଗଡ ବ୍ଲକରେ ୨୭୪ ସୁସ୍ଥ, ୧୦୯ ଆକ୍ଟିଭ ଓ ୪ଜଣ ମୃତ୍ୟୁବରଣ କରିଛନ୍ତି । ବେଗୁନିଆ ବ୍ଲକରେ ୧୫୨ ସୁସ୍ଥ, ୧୦ ୨ ଆକ୍ଟିଭ ଓ ମୃତ୍ୟୁ ୨ଜଣଙ୍କର ହୋଇଛି । ଖୋର୍ଦ୍ଧା ବ୍ଲକ ରେ ୧୧୭ଜଣ ସୁସ୍ଥ ହୋଇଛନ୍ତି । ଏଠାରେ ୧୪୦ ଆକଟିଭ କେଶ ରହିଥିବାବେଳେ ଜଣେ ମୃତ୍ୟୁ ବରଣ କରିଛନ୍ତି ବୋଲି ଉପଜିଲାପାଳ ଟୁଇଟ ରେ ଦର୍ଶାଇଛନ୍ତି

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking