ଭୁବନେଶ୍ୱର: ଭୁବନେଶ୍ବରରେ ଆଜି ପୁଣି ୨୭୭ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ୧୩୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ସଂଗରୋଧ କେନ୍ଦ୍ରରୁ ୧୮୧ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୯୬ ଜଣ ଚିହ୍ନଟ ହୋଇଛନ୍ତି। ଏହି କ୍ରମରେ ଭୁବନେଶ୍ବରରେ କୋରୋନା ପଜିଟିଭ ସଂଖ୍ୟା ୫୧୧୯କୁ ବୃଦ୍ଧି ପାଇଛି। ୫୧୧୯ ପଜିଟିଭରୁ ୨୩ ଜଣଙ୍କର ମୃତ୍ୟୁ ହୋଇଛି। ସେଇପରି ୩୨୫୧ଜଣ ସୁସ୍ଥ ହୋଇଥିବା ବେଳେ ୧୮୩୯ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି।
ବିଏମ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଇଆରସି ଭିଲେଜ ଏନ୍-୩, ସାମନ୍ତରାପୁରରୁ ୮-୮ ଜଣ, ନିଳାଦ୍ରୀ ବିହାର, ସାଲିଆସାହି, ସାମନ୍ତରାପୁରରୁ ୬-୬ ଜଣ, ବଡ଼ଗଡ଼ ବ୍ରିଟ କଲୋନି, ବିଡିଏ କଲୋନି, ନୟାପଲ୍ଲୀ (ଏକ ହୋଟେଲର କର୍ମଚାରୀ), ୫ ଜଣ ଲେଖାଏଁ, ବରମୁଣ୍ଡା ଏଚ୍ବି କଲୋନି, ମୈତ୍ରୀ ବିହାର, ଭାଗବତ ସଦନ, ଜଳେଶ୍ୱର ବସ୍ତି, ଆଇଆରସି ଭିଲେଜରୁ ୪-୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ସେହିଭଳି ମୋଟ ୯୬ ସ୍ଥାନୀୟ ସଂକ୍ରମଣଙ୍କ ମଧ୍ୟରୁ ତାରିଣୀ ବସ୍ତିରୁ ୬ ଜଣ, ଶୈଳଶ୍ରୀ ବିହାର, ଫୟାର ଷ୍ଟେସନ ବସ୍ତି, ଆଇଜି ପାର୍କ, ନୟାପଲ୍ଲୀ ନୂଆସାହିରୁ ୩ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ମୋଟ ୧୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରୁ ୟୁନିଟ-୬ରୁ ୧୨ ଜଣ ଅଛନ୍ତି। ସେହିଭଳି ଡୁମଡୁମା ଫେଜ-୧ରୁ ୭ ଜଣ, ଆଇଗଣିିଆ, ନୟାପଲ୍ଲୀ ନୂଆସାହିରୁ ୬-୬ ଜଣ, ଶିରପୁର ଭୋଇସାହି, ବାପୁଜି ନଗର, ନୟାପଲ୍ଲୀ, ରୁ ୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।