28.1 C
Bhubaneswar
Thursday, March 28, 2024
Homeଓଡିଶାକଟକର ୨୭ ନମ୍ବର ୱାର୍ଡ କଣ୍ଟେନମେଣ୍ଟ ଅଂଚଳ ଘୋଷଣା

କଟକର ୨୭ ନମ୍ବର ୱାର୍ଡ କଣ୍ଟେନମେଣ୍ଟ ଅଂଚଳ ଘୋଷଣା

କଟକ: କଟକର କିଛି ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, କଟକ ମହାନଗର ନିଗମ ଅଞ୍ଚଳ ୨୭ ନମ୍ବର ଓ୍ୱାର୍ଡର ପୁରୁଣା ରାଉସାପାଟଣାର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଉକ୍ତ ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସହିତ କଣ୍ଟାକ୍ଟ ଟ୍ରେସିଂ ପାଇଁ ସିଏମ୍ସି ଏହି ପଦକ୍ଷେପ ନେଇଛି । ଏହାବ୍ୟତୀତ ଉକ୍ତ ଅଂଚଳରେ ସାନିଟାଇଜେସନ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି । କଣ୍ଟେନମେଣ୍ଟ ଅଞ୍ଚଳ ମଧ୍ୟରେ ଥିବା ସମସ୍ତ ସରକାରୀ ଓ ବେସରକାରୀ କାର‌୍ୟାଳୟ ବନ୍ଦ ରହିବ ବୋଲି କୁହାଯାଇଛି । ତେବେ ବର୍ତମାନ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୭୩୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୪,୮୯୬ଜଣ ଚିକିତ୍ସାଧୀନ ଥିବାବେଳେ ୮,୭୫୦ ଜଣ ସୁସ୍ଥ ହୋଇଛନ୍ତି । ୭୦ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଆଉ ୨୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking