30.1 C
Bhubaneswar
Wednesday, April 24, 2024
Homeଓଡିଶାନବରଙ୍ଗପୁର ଫେରୁଥିବା ୨୬ ଶ୍ରମିକଙ୍କୁ ଉଦ୍ଧାର

ନବରଙ୍ଗପୁର ଫେରୁଥିବା ୨୬ ଶ୍ରମିକଙ୍କୁ ଉଦ୍ଧାର

ଭବାନୀପାଟଣା : ଫୁଲବାଣୀରେ ନବରଙ୍ଗପୁର ଜିଲ୍ଲାର ଶ୍ରମିକ ମାନେ ଏକ ରାସ୍ତା ପିଚୁ କାମରେ ନିୟୋଜିତ ଥିଲେ । ଲକଡାଉନ ଯୋଗୁଁ ସେମାନେ ଫସିରହି ଘରକୁ ଆସି ପାରିନଥିଲେ । ତେବେ ଦିନକୁ ଦିନ ଏହି ତାଲା ବନ୍ଦ ଅବଧି ବୃଦ୍ଧି ପାଉଥିବାରୁ ବାଧ୍ୟ ହୋଇ ୨୬ଜଣ ଶ୍ରମିନିଜ ଗାଁ’ କୁ ଚାଲିଚାଲି ଆସୁଥିବା ସମୟରେ ୨୬ ଜଣ ଶ୍ରମିକଙ୍କୁ ଆମପାଣି ଥାନା ପୁଲିସ ଉଦ୍ଧାର କରି ସଙ୍ଗରୋଧ ଗୃହରେ ଥଇଥାନା କରିଥିବା ଆମପାଣି ପୁଲିସ ପକ୍ଷରୁ ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଫୁଲବାଣୀ ଜିଲ୍ଲା ଖଜୁରୀପଡ଼ା ଠାରେ ନବରଙ୍ଗପୁର ଜିଲ୍ଲାର ୨୬ ଜଣ ଶ୍ରମିକ ଏକ ରାସ୍ତା ପିଚୁ କାମରେ ଶ୍ରମିକ ଭାବରେ ନିୟୋଜିତ ଥିଲେ । କରୋନା ଲକ୍ ଡାଉନ୍ ଯୋଗୁଁ ସେମାନେ ସେଠାରେ ଫସିରହି ଘରକୁ ଆସି ପାରିନଥିଲେ । ତେବେ କୌଣସି ଉପାୟ ନପାଇ ଗତ ୪ ଦିନ ପାଖାପାଖି ଦୀର୍ଘ ୪ ଶହ କିମି ରାସ୍ତା ଚାଲିଚାଲି ନିଜ ଗାଁକୁ ଫେରୁଥିବା ବେଳେ କଳାହାଣ୍ଡି-ନବରଙ୍ଗପୁର ଜିଲ୍ଲା ସୀମାନ୍ତ ସିଲ୍ କରି ଜଗିଥିବା ଆମପାଣି ଥାନା ପୁଲିସ ସେମାନଙ୍କୁ ଉଦ୍ଧାର କରି ଆମପାଣି ସ୍ଥିତ ସଙ୍ଗରୋଧ ଗୃହରେ ଥଇଥାନା କରିଛନ୍ତି । ଉଦ୍ଧାର ଶ୍ରମିକମାନେ ହେଲେ ପାପଡ଼ାହାଣ୍ଡି, ସେମଲା, କୋଷାଗୁମୁଡ଼ା, କଡ଼ିଙ୍ଗା ଓ ତେନ୍ତୁଳଖୁଣ୍ଟି ଅଞ୍ଚଳର ଟଙ୍କଧର ଗୌଡ଼, ପରମାନନ୍ଦ ଗୌଡ଼, ସୁଭାଷ ସିଂ, ଭୂବନ ଗୌଡ଼, ଦୁଲ୍ଲଭ ଗୌଡ଼, ଡମୁ ଗୌଡ଼, ଯଦୁ ଗୌଡ଼, କମଲୁ ଗୌଡ଼, ଲବ ଗୌଡ଼, ମାଙ୍ଗନୁ ନାଏକ, ବୈଦ ନାଏକ, ସାଧୁ ନାଏକ, ଜଗନ୍ନାଥ ଗୌଡ଼, ସୁଭାଷ ଗୌଡ଼, ଭୂବନ ପୁଝାରୀ, ଈଶ୍ୱର ଜାନୀ, ହରିଶ୍ଚନ୍ଦ୍ର ଜାନି, ଶିଶୁପାଳ ଜାନୀ, କୁନା ସିଂ ଗୌଡ଼, ତୁଲାରାମ ଗୌଡ଼, କର୍ପୁର ଭତରା, ଖେମରାଜ ଗୌଡ଼, ଅନନ୍ତ ଗୌଡ଼, ଧନପତି ଭତରା, ଗୋବର୍ଦ୍ଧନ ଗୌଡ଼, ଡମ୍ବରୁ ଗୌଡ଼ ବୋଲି ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking