30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗ୨୬ ଦେଶ କରୋନା ମୁକ୍ତ

୨୬ ଦେଶ କରୋନା ମୁକ୍ତ

ଲଣ୍ଡନ : ଆମେରିକା, ଭାରତ ସମେତ ବହୁ ରାଷ୍ଟ୍ରରେ କରୋନା ସଂକ୍ରମଣ ସ୍ଥିତି ଅଣାୟତ୍ତ ହୋଇ ପଡିଥିବା ବେଳେ ବିଶ୍ବର ୨୬ଟି ଦେଶ କରୋନାମୁକ୍ତ ହୋଇଛନ୍ତି। ଏ ଦେଶଗୁଡିକ ମଧ୍ୟରେ ଅଛି – ନ୍ୟୁଜିଲାଣ୍ଡ, ଆଇଲ ଅଫ ମ୍ୟାନ, ମୋଣ୍ଟେନିଗ୍ରୋ, ଫେରୋ ଆଇଲାଣ୍ଡ, ତ୍ରିନିଦାଦ ଓ ଟବାଗୋ, ଅରୁବା, ଫ୍ରେଞ୍ଚ ପଲିନେସିଆ, ମାକାଓ, ଏରିତ୍ରୀ, ତିମୋର-ଲେଷ୍ଟେ, ନ୍ୟୁ କାଲେଡୋନିଆ, ଲାଓସ, ଫିଜି, ସେଣ୍ଟ କିଟସ ଓ ନେବିସ, ଫକଲାଣ୍ଡ ଆଇଲାଣ୍ଡ, ଗ୍ରୀନଲାଣ୍ଡ, ଟର୍କସ ଓ କାଇକୋଜ ଦ୍ବୀପ, ଭାଟିକାନ ସିଟି, ମାଣ୍ଟସେରାଟ, ସେସୋଲ୍ସ, ବ୍ରିଟିଶ ଭର୍ଜିନ ଦ୍ବୀପ, ପପୁଆ ନ୍ୟୁ ଗିନି, କାରାବିଆନ ନେଦରଲାଣ୍ଡ, ସେଣ୍ଟବର୍ଥ, ଅଂଗ୍ବିଲା ଏବଂ ସେଣ୍ଟ ପିୟରେ ମିକ୍ୱେଲୋନ।
ଏହି ଦେଶଗୁଡିକରେ ଏବେ ଗୋଟିଏ ମଧ୍ୟ କରୋନା ସଂକ୍ରମଣ ମାମଲା ନ ଥିବା ସୂଚନା ମିଳିଛି। ନିକଟରେ ନ୍ୟୁଜିଲାଣ୍ଡ କରୋନା ମୁକ୍ତ ହେବା ନେଇ ପ୍ରଧାନମନ୍ତ୍ରୀ ଆନନ୍ଦ ବ୍ୟକ୍ତ କରୁଥିବାର ଭିଡିଓ ଭାଇରାଲ ହୋଇଥିଲା।ସୂଚନାଯୋଗ୍ୟ, ସମ୍ପ୍ରତି ବିଶ୍ୱବ୍ୟାପୀ ୭୨.୫୦ ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ୪.୧୦ ଲକ୍ଷରୁ ଅଧିକ ଲୋକ ସଂକ୍ରମଣରେ ପ୍ରାଣ ହରାଇଛନ୍ତି। ସଂକ୍ରମିତଙ୍କ ସଂଖ୍ୟା ଆମେରିକାରେ ସର୍ବାଧିକ ୨୦.୩୨ ଲକ୍ଷ, ବ୍ରାଜିଲରେ ୭,୧୧,୬୯୬ ବ୍ରିଟେନରେ ୨,୮୯,୧୪୦, ସ୍ପେନ୍‌ରେ ୨,୮୮,୭୯୭ ରହିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking