ରେଢାଖୋଲ : ୫୫୦ ଟି ଜଳ ଯୋଗାଣ ପାଇପ ଚୋରି ଘଟଣାର ପର୍ଦ୍ଦାଫାସ । ୨୬ ଚୋର ଓ ଚୋରି ପାଇପ କିଣିଥିବା ୨ ଜଣଙ୍କୁ ଧରିଲା ଯୁଯୁମରା ପୋଲିସ । ୧୦ ପାଇପ, ୧ ବୋଲେରୋ , ୩ ଟ୍ରକ, ୧ ପିସ୍ତଲ, ୪୦ ହଜାର ଟଙ୍କା ଜବତ ହୋଇଛି । ଗତ ମାସ ୧୬ ତାରିଖରେ ଆମଲିପାଣି କ୍ୟାମ୍ପରୁ ଚୋରି ହୋଇଥିଲା ପାଇପ । କ୍ୟାମ୍ପରେ ଥିବା ସିକ୍ୟୁରିଟି ଗାର୍ଡ ଓ କର୍ମଚାରୀଙ୍କୁ ବାନ୍ଧି ଲୁଟି ନେଇଥିଲେ । ଏହି ବଡ଼ଧରଣର ଚୋରି ଘଟଣାରେ ପୁଲିସ ୨୬ ଜଣଙ୍କୁ ଗିରଫ କରି ସାରିଥିବା ବେଳେ ଆହୁରି ୨ ଜଣ ଖୁବ ଶୀଘ୍ର ଗିରଫ ହେବେ ବୋଲି ରେଢ଼ାଖୋଲ ଏସ୍ଡିପିଓ ପ୍ରଶାନ୍ତ ମେହେର ମଙ୍ଗଳବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମ୍ବଲପୁର ଏସ୍ପି ବାତୁଲା ଗଂଗାଧରଙ୍କ ନିର୍ଦ୍ଦେଶରେ ଚୋରି ଗ୍ୟାଙ୍ଗକୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିଲା। ଚୋରି ହେବା ଦିନ ଠାରୁ ସ୍ବତନ୍ତ୍ର ପୁଲିସ ଟିମ୍ ଘଟଣାର ତଦନ୍ତ କରୁଥିଲା।