ଖୁସି ଖବର: ରାଜ୍ୟରେ ଆଜି ୨୫୯୦ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୨୫୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୯୬,୩୬୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କଟକରୁ ସର୍ବାଧିକ ୪୩୨ ଜଣ ଥିବା ବେଳେ ଖୋର୍ଦ୍ଧାରୁ ୩୮୬, ମୟୂରଭଞ୍ଜରୁ ୨୦୨, ଗଞ୍ଜାମରୁ ୧୪୨, ରାୟଗଡାରୁ ୧୨୦, କୋରାପୁଟରୁ ୧୦୮, ପୁରୀରୁ ୧୦୫, ଜଗତସିଂହପୁରରୁ ୭୮, ଭଦ୍ରକରୁ ୭୭, ଯାଜପୁରରୁ ୭୭, କେନ୍ଦ୍ରାପଡାରୁ ୭୫ ଜଣ ଆରୋଗ୍ୟ ଲାଭ କରିଛନ୍ତି ।ସେହିପରି ବରଗଡରୁ ୭୨, ବାଲେଶ୍ୱରରୁ ୭୧, ସମ୍ବଲପୁରରୁ ୭୧, କେଉଁଝରରୁ ୬୮, ନୟାଗଡରୁ ୬୭, ମାଲକାନଗିରିରୁ ୬୧, ଢେଙ୍କାନାଳରୁ ୫୯, ନବରଙ୍ଗପୁରରୁ ୫୭, ବଲାଙ୍ଗିରରୁ ୫୪, ଝାରସୁଗୁଡାରୁ ୪୪, ବୌଦ୍ଧରୁ ୩୪, ସୋନପୁରରୁ ୩୦, ସୁନ୍ଦରଗଡରୁ ୩୦, କଳାହାଣ୍ଡିରୁ ୨୪, ଗଜପତିରୁ ୨୦, କନ୍ଧମାଳରୁ ୧୦, ନୂଆପଡାରୁ ୪, ଅନୁଗୋଳରୁ ୬ ଓ ଦେବଗଡରୁ ୪ଜଣ ସୁସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here