34.1 C
Bhubaneswar
Thursday, April 25, 2024
Homeଓଡିଶାରାଜ୍ୟରୁ ଗୋଟିଏ ଦିନରେ ୨୫୪୬ ପଜିଟିଭ ଚିହ୍ନଟ

ରାଜ୍ୟରୁ ଗୋଟିଏ ଦିନରେ ୨୫୪୬ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୨୫୪୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୫୦୪ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୦୪୨ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୫୨,୨୩୯କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।


ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪୧୦ ଓ କଟକରୁ ୧୩୪। ଅନୁଗୁଳରୁ ୨୦୮, ବାଲେଶ୍ୱର ୧୦୩, ବରଗଡ଼ ୯୨, ଭଦ୍ରକ ୩୪, ବଲାଙ୍ଗୀର ୮୫, ବୌଦ୍ଧ ୩୭, ଦେଓଗଡ଼ ୧୪, ଢେଙ୍କାନାଳ ୨୫, ଗଜପତି ୧୦, ଗଞ୍ଜାମ ୩୪, ଜଗତସିଂହପୁର ୮୬, ଯାଜପୁର ୯୦, ଝାରସୁଗୁଡ଼ା ୫୭, କଳାହାଣ୍ଡି ୭୫, କନ୍ଧମାଳ ୪୯, କେନ୍ଦ୍ରାପଡ଼ା ୭୫, କେନ୍ଦୁଝର ୪୩, କୋରାପୁଟ ୭୨, ମାଲକାନଗିରି ୨୭, ମୟୁରଭଞ୍ଜ ୧୨୦, ନବରଙ୍ଗପୁର ୬୦, ନୟାଗଡ଼ ୪୮, ନୂଆପଡ଼ା ୮୮, ପୁରୀ ୭୦, ରାୟଗଡ଼ା ୨୧, ସମ୍ବଲପୁର ୮୪, ସୋନପୁର ୪୮, ସୁନ୍ଦରଗଡ଼ ୧୬୧, ଷ୍ଟେଟ ପୁଲ ୮୬ ଚିହ୍ନଟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking