31.1 C
Bhubaneswar
Friday, March 29, 2024
Homeଓଡିଶାନାଇଜରରେ ଅଷ୍ଟମ ବିଟିଏନଟି ଅନ୍ତର୍ଜାତୀୟ ସମ୍ମିଳନୀ : ଯୋଗ ଦେଲେ ୨୫୦ ବୈଜ୍ଞାନିକ

ନାଇଜରରେ ଅଷ୍ଟମ ବିଟିଏନଟି ଅନ୍ତର୍ଜାତୀୟ ସମ୍ମିଳନୀ : ଯୋଗ ଦେଲେ ୨୫୦ ବୈଜ୍ଞାନିକ

ଖୋର୍ଦ୍ଧା : ପୂର୍ବ ଭାରତରେ ବିଜ୍ଞାନ ଗବେଷଣାର ଅନନ୍ୟ ସଂସ୍ଥାନ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର)ର ଜଟଣୀ କ୍ୟାମ୍ପ୍‌ସରେ ଅଷ୍ଟମ ବିଟିଏନ୍‌ଟି ଅନ୍ତର୍ଜାତୀୟ ସମ୍ମିଳନୀ ଉଦ୍‌ଘାଟିତ ହୋଇଯାଇଛି । ଦୁଇଦିନ ବ୍ୟାପୀ ଏହି ସମ୍ମିଳନୀରେ ଦେଶ ତଥା ଦେଶ ବାହାରର ୨୫୦ରୁ ଊର୍ଦ୍ଧ୍ୱ ଗବେଷକ ତଥା ବୈଜ୍ଞାନିକ ଯୋଗ ଦେଇଥିଲେ । ନାନୋ ୱାର୍ଲଡ୍‌କୁ ଏକାଠି କରି ଏହି କ୍ଷେତ୍ରରେ କେମିତି ଅଧିକ ଗବେଷଣା ହୋଇପାରିବ ତଥା ଜନସାଧାରଣ କେମିତି ଏଥିରୁ ଅଧିକରୁ ଅଧିକ ଲାଭ ଉଠାଇ ପାରିବେ, ତାହା ଏହି ସମ୍ମିଳନୀର ମୂଳ ଉଦ୍ଦେଶ୍ୟ ବୋଲି ଅତିଥିମାନେ କହିଥିଲେ ।
ଏହି ଅନ୍ତର୍ଜାତୀୟ ସମ୍ମିଳନୀକୁ ନାଇଜର ସଂସ୍ଥାନର ନିର୍ଦ୍ଦେଶକ ପ୍ରଫେସର ସୁଧାକର ପଣ୍ଡା ଉଦଘାଟନ କରିଥିଲେ । ଉଦଘାଟନୀ ଭାଷଣରେ ପ୍ରଫେସର ପଣ୍ଡା କହିଥିଲେ ଯେ ନାନୋ ବିଜ୍ଞାନରେ କାମ କରୁଥିବା ସମସ୍ତ ବୈଜ୍ଞାନିକଙ୍କ ପାଇଁ ଏହା ଆହ୍ୱାନ ଯେ, କେଉଁ ଉପାୟରେ ସାଧାରଣ ଜନତା ଉପକାର ପାଇପାରିବ ଏବଂ ଭାରତ ଅନ୍ତର୍ଜାତୀୟ ସ୍ତରରେ ତାର ପରିଚୟ ସୃଷ୍ଟି କରିପାରିବ । ମୁଖ୍ୟଅତିଥି ଭାବେ ଯୋଗଦେଇ ସିଙ୍ଗାପୁରର ବୈଜ୍ଞାନିକ ପ୍ରଫେସର ୟାନ୍ ରାଇଟ୍ କହିଲେ ଯେ ଏହି ସମ୍ମିଳନୀ ଏକ ସ୍ୱତନ୍ତ୍ର ସମ୍ମିଳନୀ । କାରଣ ଏହା ପଦାର୍ଥ ବିଜ୍ଞାନୀ, ରସାୟନ ବିଜ୍ଞାନୀ ଏବଂ ଜୈବ ବିଜ୍ଞାନୀମାନଙ୍କୁ ଏକତ୍ର କରାଇ ଯାହା ମାନବ ସମାଜପାଇଁ ହିତକର ତାହା ଉଦ୍ଭାବନ କରାଇବାରେ ସହାୟକ ହେବ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାରତୀୟ ଅକ୍ସଫୋଡ୍ ଇନ୍‌ଷ୍ଟ୍ରୁମେଣ୍ଟ୍‌ର ନିର୍ଦ୍ଦେଶକ ମଙ୍ଗେସ କୁଲ୍‌କର୍ଣ୍ଣି କହିଲେ ଯେ ଏହି ସମ୍ମିଳନୀ ନାନୋ ସାଇନ୍‌ସ୍ ଏବଂ ନାନୋ ଟେକ୍ନୋଲୋଜିକୁ ବେଶୀ ପ୍ରାଧାନ୍ୟ ଦେଉଛି କାରଣ ଏହାର ପ୍ରଭାବ ସମାଜ ଉପରେ ଅଧିକ ରହିଛି ।
ଏହି ସମ୍ମିଳନୀର ଆବାହକ ପଦାର୍ଥ ବିଜ୍ଞାନୀ ଡ. ଶୁଭଙ୍କର ବେଦାନ୍ତ ସ୍ୱାଗତ ଭାଷଣ ସହ ସମ୍ମିଳନୀର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ । ନାଇଜର୍ କୁଳସଚିବ ଡ. ଅଭୟ କୁମାର ନାୟକ କହିଲେ ଯେ ଏହି ସମ୍ମିଳନୀ ମାଧ୍ୟମରେ ନାଇଜର୍‌ର ବୈଜ୍ଞାନିକ, ଛାତ୍ରଛାତ୍ରୀ, ଗବେଷକଙ୍କ ବ୍ୟତୀତ ଓଡ଼ିଶାର ଅନ୍ୟ ସଂସ୍ଥାନର ଗବେଷକ ସାରା ପୃଥିବୀରେ ଚାଲିଥିବା ନାନୋ ଗବେଷଣା ବିଷୟରେ ଅବଗତ ହେବା ସଙ୍ଗେ ସଙ୍ଗେ ସେଥିରେ ଭାଗନେଇ ରାଜ୍ୟ ତଥା ଦେଶର ଗୌରବ ବଢ଼ାଇ ପାରିବେ । ଶେଷରେ ବିଜ୍ଞାନ ଅଧିକାରୀ ଡ. ସୁଦକ୍ଷୀଣା ପୃଷ୍ଟି ଧନ୍ୟବାଦ ପ୍ରଦାନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking