27.1 C
Bhubaneswar
Tuesday, September 27, 2022
Homeଦେଶ ବିଦେଶଫେସ୍‌ବୁକ୍‌କୁ ୨୫ ହଜାର ଜୋରିମାନା

ଫେସ୍‌ବୁକ୍‌କୁ ୨୫ ହଜାର ଜୋରିମାନା

ମୁମ୍ବାଇ: ବମ୍ବେ ହାଇକୋର୍ଟଙ୍କ ନାଗପୁର ବେଞ୍ଚ୍ ସୋସିଆଲ୍ ମିଡିଆ କମ୍ପାନୀ ଫେସ୍‌ବୁକ୍‌କୁ ୨୫ ହଜାର ଟଙ୍କା ଜୋରିମାନା କରିଛନ୍ତି । ଜାଲ୍ ବିଜ୍ଞାପନ ମାଧ୍ୟମରେ ଠକେଇର ଶିକାର ହୋଇଥିôବା ଜଣେ ବ୍ୟକ୍ତିଙ୍କୁ କମ୍ପାନୀ ଏହି ଅର୍ଥ ପ୍ରଦାନ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି । ଘଟଣା ଅନୁସାରେ, ତ୍ରିଭୁବନ ଭୋଙ୍ଗାଡ଼େ ନାମକ ଜଣେ ବ୍ୟକ୍ତି ଫେସ୍‌ବୁକ୍‌ରେ ଏକ ଜୋତାର ବିଜ୍ଞାପନ ଦେଖିଥିଲେ । ୫୯୯ ଟଙ୍କାରେ ନାଇକ୍‌ର ଏକ ହଳ ଜୋତା ମିଳିବ ବୋଲି ବିଜ୍ଞାପନରେ ଦର୍ଶାଯାଇଥିଲା । ତ୍ରିଭୁବନ ମାରିୟା ଷ୍ଟୁଡିଓ ନାମକ କମ୍ପାନୀରୁ ଅନ୍‌ଲାଇନ୍ ପେମେଣ୍ଟ୍ କରି ଏହି ଜୋତା ମଗାଇଥିଲେ । ଜୋତା ଡେଲିଭରୀ ନହେବାରୁ କମ୍ପାନୀକୁ ଫୋନ୍ କରିବା ପରେ ଆଉ ୭୫୬୮ ଟଙ୍କା ଦେବାକୁ କୁହାଯାଇଥିଲା । ସମ୍ପୃକ୍ତ ବ୍ୟକ୍ତି ଏ ନେଇ ଅଭିଯୋଗ କରିବା ପରେ ମାମଲା କୋର୍ଟରେ ପହଞ୍ଚିଥିଲା । ପ୍ରଥମେ ଏହି ମାମଲାରେ ଡିଷ୍ଟ୍ରିକ୍ସ କଞ୍ଜ୍ୟୁମର୍ ଡିସ୍‌ପୁଟ୍ ରିଡ୍ରେସାଲ୍ କମିଶନ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୫୯୯ ଟଙ୍କା ଫେରାଇବା ସହିତ ମାନସିକ ନିର୍ଯାତନା ପାଇଁ ୨୫ ହଜାର ଟଙ୍କା ପ୍ରଦାନ ପାଇଁ ଫେସ୍‌ବୁକ୍‌କୁ ନିର୍ଦ୍ଦେଶ ଦେଇଥିଲେ । ଫେସ୍‌ବୁକ୍ ଏହି ଆଦେଶର ବମ୍ବେ ହାଇକୋର୍ଟରେ ଚାଲେଞ୍ଜ୍ କରିଥିଲା । ଏଥିରେ ଯୁକ୍ତି ଦର୍ଶାଯାଇଥିଲା ଯେ ଜୋତା ଡେଲିଭରୀ କରିନଥିବା କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବା ଆବଶ୍ୟକ । ଟ୍ରାନ୍‌ଜାକ୍‌ସନ୍ ମାମଲାରେ ଫେସ୍‌ବୁକ୍‌ର କୌଣସି ଭୂମିକା ନାହିଁ । ହାଇକୋର୍ଟ ସମସ୍ତ ଯୁକ୍ତି ଶୁଣିବା ପରେ ଡିଷ୍ଟ୍ରିକ୍ଟ କଞ୍ଜ୍ୟୁମର୍ ଡିସ୍‌ପୁଟ୍ ରିଡ୍ରେସାଲ୍ କମିଶନଙ୍କ ନିଷ୍ପତ୍ତି ବଜାୟ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking