40.1 C
Bhubaneswar
Thursday, April 25, 2024
Homeଓଡିଶାଦକ୍ଷତା ବୃଦ୍ଧି ପାଇଁ ଚଳିତ ଶିକ୍ଷାବର୍ଷରୁ ୨୫ ପ୍ରତିଶତ ସ୍ୱ-ଅଧ୍ୟୟନ

ଦକ୍ଷତା ବୃଦ୍ଧି ପାଇଁ ଚଳିତ ଶିକ୍ଷାବର୍ଷରୁ ୨୫ ପ୍ରତିଶତ ସ୍ୱ-ଅଧ୍ୟୟନ

ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷରୁ ପାଠ୍ୟସୂଚୀ ବା ସିଲାବସର ୨୫ ପ୍ରତିଶତ ସ୍ୱଅଧ୍ୟୟନ ବା ଗାଇଡେଡ ସେଲ୍ଫ ଷ୍ଟଡି କରିବେ ଛାତ୍ରଛାତ୍ରୀ । ତେବେ ଏଭଳି ନିଷ୍ପତ୍ତି ପ୍ରଥମଥର ପାଇଁ ରାଜ୍ୟ ଉଚ୍ଚଶିକ୍ଷାରେ ନିଆଯାଇଛି । ସ୍ନାତ୍ତକ ଏବଂ ସ୍ନାତକୋତ୍ତର ରେ ଏହା ଲାଗୁ ହେବ ବୋଲି ରାଜ୍ୟ ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ ଡିଗ୍ରୀ କଲେଜଗୁଡିକର ଅଧ୍ୟକ୍ଷକଙ୍କୁ ଚିଠି ଲଖାଯାଇଛି । ଯେଉଁଥିରେ ୨୫ ପ୍ରିତଶତ ସ୍ୱ-ଅଧ୍ୟୟନ ନେଇ ବିସ୍ତୃତ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ମେ ୨୬ ତାରିଖରେ ଉଚ୍ଚଶିକ୍ଷାମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଛାତ୍ରଛାତ୍ରୀଙ୍କ ପାଠପଢା ଅଭ୍ୟାସ ବୃଦ୍ଧି କରିବା ପାଇଁ ୨୫ ପ୍ରତିଶତ ସ୍ୱ ଅଧ୍ୟୟନ ବାବଦରେ ନିଷ୍ପତ୍ତି ନିଆଯାଇଥିଲା । ବର୍ତମାନ ୨୦୨୦-୨୧ ଶିକ୍ଷାବର୍ଷରୁ ଉଭୟ ୟୁଜି ଓ ପିଜି ସ୍ତରରେ ଲାଗୁ ହେବ ବୋଲି ସୂଚନା ମିଳିଛି । ଏଥିରେ ପ୍ରତି ବିଷୟର ୪ଟି ୟୁନିଟର ୨୫ ପ୍ରତିଶତ ପଢାହେବ । ଯାହାକୁ ପୂର୍ବରୁ ଚିହ୍ନଟ କରାଯିବ । ତେବେ ଏଇସିସି ଓ ଏସଇସିକୁ ଏଥିରୁ ବାଦ ଦିଆଯିବ ବୋଲି କୁହାଯାଇଛି । ଗାଇଡଲାଇନ ଅନୁସାରେ, ପିଜି ବିଭାଗ ଗୁଡିକ ସିଲାବସର ପ୍ରତି ବିଷୟର ୨୫ ପ୍ରତିଶତ ସବ ଅଧ୍ୟୟନ ପାଇଁ ନିଜେ ବାଛିବେ । ଅନ୍ୟପଟେ ସିଲାବସରେ ଚିହ୍ନଟ ହୋଇଥିବା ୨୫ ପ୍ରତିଶତ ସ୍ୱ ଅଧ୍ୟୟନ ଅଂଶଗୁଡିକ ନିୟମିତ କ୍ଲାସରୁମରେ ପଢା ହେବନାହିଁ । ବରଂ ବହି, ରେକର୍ଡିଂ ହୋଇଥିବା ଅଧ୍ୟାପକଙ୍କ କ୍ଲାସ, ପାଓାର ପଏଣ୍ଟ ଉପସ୍ଥାପନା, ଆନିମେଟେଡ ଭିଡିଓ ଆଦିରୁ ଛାତ୍ରଛାତ୍ରୀ ପ୍ରେରଣା ପାଇପାରିବେ ବୋଲି ଶ୍ରୀ ମିଶ୍ର କହିଛନ୍ତି । ସିଲାବସରେ ୨୫ ପ୍ରତିଶତ ସ୍ୱ-ଅଧ୍ୟୟନରେ ଛାତ୍ରଛାତ୍ରୀଙ୍କ ମାର୍ଗ ଦର୍ଶନ ପାଇଁ ୪ଟି ଡାଉଟ୍ କ୍ଲିୟରିଂ କ୍ଲାସ ଅନୁଷ୍ଠିତ ହେବ । ପ୍ରଥମ କ୍ଲାସ ଶିକ୍ଷାବର୍ଷ ଆରମ୍ଭରୁ ଅନୁଷ୍ଠିତ ହେବ । ସେହି କ୍ଲାସରେ ସ୍ୱ ଅଧ୍ୟୟନ ବାବଦରେ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରାଯିବ । ମଝିରେ ଗାଇଡ କରିବା ପାଇଁ ଦୁଇରୁ ୩ଟି କ୍ଲାସ ଓ ବର୍ଷ ଶେଷରେ ଆଉ ଗୋଟିଏ କ୍ଲାସ ହେବ ବୋଲି ବିଭାଗ ନିର୍ଦ୍ଦେଶ ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking