34.1 C
Bhubaneswar
Thursday, April 25, 2024
Homeକରୋନାଗୋଟିଏ ପରିବାରର ୨୫ ଜଣ ଆକ୍ରାନ୍ତ : ମହାରାଷ୍ଟ୍ରର ସର୍ବକନିଷ୍ଠ କୋଭିଡ୍‌-୧୯ ରୋଗୀ

ଗୋଟିଏ ପରିବାରର ୨୫ ଜଣ ଆକ୍ରାନ୍ତ : ମହାରାଷ୍ଟ୍ରର ସର୍ବକନିଷ୍ଠ କୋଭିଡ୍‌-୧୯ ରୋଗୀ

ପୁନେ : ମହାରାଷ୍ଟ୍ରର ସାଙ୍ଗ୍‌ଲି ଜିଲ୍ଲାରେ ଜଣେ ୨ ବର୍ଷର ଶିଶୁ କରୋନା ଭାଇରସ୍ ଆକ୍ରାନ୍ତ ହୋଇଛି। ଏଥିସହ ସାଙ୍ଗ୍‌ଲିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି। ତେବେ ଏହି ସମସ୍ତ ୨୫ ଜଣ ସଦସ୍ୟ ଗୋଟିଏ ପରିବାରର। ରାଜ୍ୟ ସରକାର ଏବେ ସାଙ୍ଗ୍‌ଲିରେ ଭାଇରସ୍ ନିୟନ୍ତ୍ରଣ ପାଇଁ ୩ ଜଣିଆ ସଦସ୍ୟ ବିଶିଷ୍ଟ ଏକ ଡାକ୍ତରୀ ଦଳ ପଠାଇଛନ୍ତି। ମିରଜ୍ ସିଭିଲ୍ ହସ୍ପିଟାଲର ସ୍ବାସ୍ଥ୍ୟସେବାକୁ ସରକାର ହାତକୁ ନେଇଛନ୍ତି। ଏହି ପରିବାରର ସମସ୍ତ ସଦସ୍ୟ ଏବେ ମିରଜ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ପରିବାରରୁ ସମୁଦାୟ ୨ ଜଣ ଶିଶୁ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି।
ଅନ୍ୟପକ୍ଷେ ପୁନେରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି। ମୁମ୍ବାଇରେ ପୁଣି ଏକ ୭ ମାସର ଶିଶୁ ଭାଇରସ୍ ଆକ୍ରାନ୍ତ ହୋଇଛି। ଏହି ଶିଶୁଟି ରାଜ୍ୟର ସର୍ବକନିଷ୍ଠ କୋଭିଡ୍ -୧୯ ରୋଗୀ ବୋଲି ଜଣାପଡ଼ିଛି। ଦେଶରେ କରୋନା ଭାଇରସ୍‌ର ପ୍ରକୋପ ବଢ଼ି ବଢ଼ି ଚାଲିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking