39.1 C
Bhubaneswar
Tuesday, April 23, 2024
Homeଓଡିଶାପଶ୍ଚିମ ଓଡିଶା ପାଇଁ ୨୫ କୋଟି

ପଶ୍ଚିମ ଓଡିଶା ପାଇଁ ୨୫ କୋଟି

ଭୁବନେଶ୍ୱର: ପଶ୍ଚିମ ଓଡିଶା କୋଭିଡ ପରିଚାଳନା ପାଇଁ ଆଉ ୨୫ କୋଟି ମଂଜୁର ହୋଇଛି । ୨୫ କୋଟି ମଂଜୁର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମ ଓଡିଶାର ୧୧ ଜିଲ୍ଲା ଏହାଦ୍ୱାରା ଉପକୃତ ହୋଇପାରିବେ । ଏଥିରେ ଉପକୃତ ହେବାକୁ ଥିବା ଜିଲ୍ଲାଗୁଡ଼ିକ ହେଉଛନ୍ତି ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀର, ବରଗଡ, ନୁଆପଡା, ଝାରସୁଗୁଡ଼ା, ଅନୁଗୁଳ ବୌଦ୍ଧ, ଦେବଗଡ଼, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ।

ମହାମାରୀ କରୋନା ମୁକାବିଲା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ମୁଖ୍ୟମନ୍ତ୍ରୀ ଦେଇଥିଲେ ୨୫ କୋଟି ଟଙ୍କା । ଏହି ଅର୍ଥରେ ଅକ୍ସିଜେନ ସିଲିଣ୍ଡର, ମାସ୍କ, ଗ୍ଲୋବ୍‌ସ କିଣାଯାଇଥିଲା । ଏହାସହ ହାତକୁ ନିଆଯାଇଛି ଅନେକ ଯୋଜନା । RTPCR ମେସିନ କିଣାଯାଇଥିବା ବେଳେ ଟେକ୍ନିସିଆନଙ୍କୁ ନିଯୁକ୍ତି ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସହାୟତା ଅର୍ଥରେ ଅନେକ ମେଡିକାଲରେ ଅତିରିକ୍ତ ଆଇସିୟୁ ବେଡ୍‌ ମଧ୍ୟ ପ୍ରସ୍ତୁତ କରାଯାଇଛି । ଏହାସହ ଜରୁରୀ ସ୍ଥାନରେ ଅଟୋ-ସାନିଟାଇଜିଂ ମେସିନ୍‌ ଲଗାଯାଇଛି । ଏହି ସବୁ ବ୍ୟବସ୍ଥାର ଆଜି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗତକାଲି ବାତ୍ୟା ୟାସ ପ୍ରଭାବିତ ଅଞ୍ଚଳର କୃଷକ ମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ ମଇ ୨୬ ତାରିଖ ଦିନ ବାତ୍ୟା ୟାସ ଯୋଗୁଁ ଅନେକ ଜିଲ୍ଲାରେ ଫସଲ ନଷ୍ଟ ହେବା ସହିତ ପଶୁସଂପଦ, ମତ୍ସ୍ୟ, ହସ୍ତତନ୍ତ ଓ ରେଶମ ଚାଷ ଆଦି ବିଭିନ୍ନ କ୍ଷେତ୍ରରେ ବ୍ୟାପକ କ୍ଷତି ହୋଇଛି। ଚାଷୀ ମାନଙ୍କର କ୍ଷତି ଭରଣା ପାଇଁ ମୁଖ୍ୟମନ୍ତ୍ରୀ ପ୍ୟାକେଜ ଘୋଷଣା କରି ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking