34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଭାଇରାଲ୍ ଜ୍ୱର ଆତଙ୍କ : ଗଲାଣି ୨୫ ଶିଶୁଙ୍କ ଜୀବନ

ଭାଇରାଲ୍ ଜ୍ୱର ଆତଙ୍କ : ଗଲାଣି ୨୫ ଶିଶୁଙ୍କ ଜୀବନ

ପାଟନା: କରୋନା ମହାମାରୀ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଆଉ ଏହାରି ମଧ୍ୟରେ ବିହାରରେ ପୁଣି ଏକ ନୂଆ ମାମଲା ସାମ୍ନାକୁ ଆସିଛି । ଯାହାକୁ ନେଇ ଏବେ ଚିନ୍ତାରେ ଅଛନ୍ତି ଅଭିଭାବକ । ବିହାରରେ ପିଲାମାନଙ୍କଠାରେ ଭାଇରାଲ୍ ଜ୍ୱର ହଠାତ୍ ବୃଦ୍ଧି ପାଇବାରେ ଲାଗିଛି । ମୁଜାଫରପୁର, ପୂର୍ବ ଏବଂ ପଶ୍ଚିମ ଚମ୍ପାରନ୍‌, ଗୋପାଳଗଞ୍ଜ, ସିୱାନ୍ ଏବଂ ମଧୁବାନୀ ସମେତ ଅନେକ ଜିଲ୍ଲାରେ ଏମିତି ଘଟଣା ଦେଖିବାକୁ ମିଳିଛି । ଗତ ଏକ ମାସ ମଧ୍ୟରେ ରାଜ୍ୟରେ ଭାଇରାଲ୍ ଜ୍ୱର ଯୋଗୁଁ ୨୫ ରୁ ଅଧିକ ଶିଶୁଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଗୁରୁତର ଶିଶୁ ଏବେ ବି ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । କରୋନାର ତୃତୀୟ ଲହରର ଭୟ ମଧ୍ୟରେ ଏହା ଏକ ଚିନ୍ତାଜନକ । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜ୍ୱରରେ ଆକ୍ରାନ୍ତ ହୋଇଥିବା ସମସ୍ତ ପିଲାଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି । ଆଉ ରିପୋର୍ଟ ଦେଖିବା ପରେ ଡାକ୍ତରମାନେ କହିଥିଲେ ଯେ ଏହା କରୋନାର ତୃତୀୟ ଲହର ନୁହେଁ । ପାଟଣାର ସମସ୍ତ ବଡ ବଡ଼ ଡାକ୍ତରଖାନାରେ ବେଡ଼୍ ପୂରା ହୋଇଛି ଯାହାକୁ ବିହାର ସ୍ୱାସ୍ଥ୍ୟ ବିଭାଗର ନିଦ ହଜାଇ ଦେଇଛି । ଆଉ ଏହାକୁ ନେଇ ସତର୍କ ସୂଚନା ଜାରି କରିଛି ବିହାର ସରକାର । ସ୍ୱାସ୍ଥ୍ୟ ବିଭାଗ ପ୍ରତ୍ୟେକ ଜିଲ୍ଲାକୁ ଯାଇ ସେଠାରେ ସ୍ଥିତିର ଆକଳନ କରି ଏକ ରିପୋର୍ଟ ଦେବାକୁ ରାଜ୍ୟ ସ୍ୱାସ୍ଥ୍ୟ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏଥି ସହିତ ଭାଇରାଲ ଜ୍ୱର ସମ୍ପର୍କରେ ପ୍ରତିକ୍ରିୟା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ କହିଛନ୍ତି ଯେ ସମସ୍ତ ଜିଲ୍ଲା ଡାକ୍ତରଖାନା ପରିଦର୍ଶନରେ ଯିବାକୁ ରାଜ୍ୟ ସ୍ୱାସ୍ଥ୍ୟ କମିଟିର ଏକ ବିଶେଷଜ୍ଞ ଟିମ୍ ଗଠନ କରାଯାଇଛି । ଯଥାଶୀଘ୍ର ରିପୋର୍ଟ ଦାଖଲ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ବି ଦିଆଯାଇଛି । କିନ୍ତୁ ଡାକ୍ତରମାନେ ଏହାକୁ ଭାଇରାଲ ଜ୍ୱର କହୁଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଏହାସହ ସମସ୍ତ ସରକାରୀ ଡାକ୍ତରଖାନାରେ ପିଲାମାନଙ୍କର ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking