28.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଦେଶରେ ଆକ୍ରାନ୍ତଙ୍କ ସଖ୍ୟା ୩ଲକ୍ଷ ୫୪ହଜାର ୬୫କୁ ଛୁଇଁଲା, ୨୪ଘଣ୍ଟାରେ ୨୦୦୩ ମୁଣ୍ଡ ନେଲା...

ଦେଶରେ ଆକ୍ରାନ୍ତଙ୍କ ସଖ୍ୟା ୩ଲକ୍ଷ ୫୪ହଜାର ୬୫କୁ ଛୁଇଁଲା, ୨୪ଘଣ୍ଟାରେ ୨୦୦୩ ମୁଣ୍ଡ ନେଲା କରୋନା

ନୂଆଦିଲ୍ଲୀ : ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୧,୯୦୩ ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ୧୦ ହଜାର ୯୭୪ ଆକ୍ରାନ୍ତ ଓ ୨୦୦୩ ମୃତ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୫୪ ହଜାର ୬୫ରେ ପହଂଚିଲା । ବର୍ତ୍ତମାନ ଦେଶରେ ୧ଲକ୍ଷ ୫୫ହଜାର ୨୨୭ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ସୁସ୍ଥ ହୋଇଛନ୍ତି ୧ଲକ୍ଷ ୮୬ହଜାର ୯୩୫ଜଣ ଆକ୍ରାନ୍ତ । ମହାରାଷ୍ଟ୍ରରେ ସର୍ବାଧିକ ୧ଲକ୍ଷ ୧୩ହଜାର ୪୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୫,୫୩୭ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏ ନେଇ କେନ୍ଦ୍ର ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି – ଆନ୍ଧ୍ରପ୍ରଦେଶରେ ୮୮ ଜଣ, ଆସାମରେ ୮ ଜଣ, ବିହାରରେ ୪୧ ଜଣ, ଚଣ୍ଡିଗଡ଼ରେ ୬ ଜଣ, ଛତିଶଗଡ଼ରେ ୯ ଜଣ, ଦିଲ୍ଲୀରେ ୧୮୩୭ ଜଣ, ଗୁଜରାଟରେ ୧୫୩୩ ଜଣ, ହରିୟାଣାରେ ୧୧୮ ଜଣ, ହିମାଚଳ ପ୍ରଦେଶରେ ୮ ଜଣ, ଜମ୍ମୁ ଓ କଶ୍ମୀରରେ ୬୩ ଜଣ, ଝାଡ଼ଖଣ୍ଡରେ ୯ ଜଣ, କର୍ଣ୍ଣାଟକରେ ୯୪ ଜଣ, କେରଳରେ ୨୦ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୪୭୬ ଜଣ, ମହାରାଷ୍ଟ୍ରରେ ୫୫୩୭ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧୧ ଜଣ, ପୁଦ୍ଦୁଚେରୀରେ ୬ ଜଣ, ପଞ୍ଜାବରେ ୭୨ ଜଣ, ରାଜସ୍ଥାନରେ ୩୦୮ ଜଣ, ତାମିଲନାଡୁରେ ୫୨୮ ଜଣ, ତେଲେଙ୍ଗାନାରେ ୧୯୧ ଜଣ, ତ୍ରିପୁରାରେ ୧ ଜଣ, ଉତ୍ତରାଖଣ୍ଡରେ ୨୫ ଜଣ, ଉତ୍ତରପ୍ରଦେଶରେ ୪୧୭ ଜଣ ଏବଂ ପଶ୍ଚିମବଙ୍ଗରେ ୪୯୫ ଜଣ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking