28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶୟୁକ୍ରେନରେ ୨୪ ଜଣ ସାଧାରଣ ଲୋକଙ୍କୁ ହତ୍ୟାକଲେ ଋଷ ସୈନ୍ୟ

ୟୁକ୍ରେନରେ ୨୪ ଜଣ ସାଧାରଣ ଲୋକଙ୍କୁ ହତ୍ୟାକଲେ ଋଷ ସୈନ୍ୟ

ନୂଆଦିଲ୍ଲୀ : ୟୁକ୍ରେନ ଉପରେ ଘନଘନ ଆକ୍ରମଣ ଜାରି ରଖିଛି ଋଷ । ଗତ ୭ ମାସରୁ ଉର୍ଦ୍ଧ୍ବ ଦିନ ହେଲା ୟୁକ୍ରେନର ବିଭିନ୍ନ ସ୍ଥାନରେ ଏବେ ବି ଆକ୍ରମଣ କରୁଛନ୍ତି ଋଷ ସେନା । ଶନିବାର ପୁଣି ଏକ ସାଂଘାତିକ ଅଭିଯୋଗ ଆଣିଛି ୟୁକ୍ରେନ । ଋଷ ସେନାର ଗୁଳିମାଡରେ ୨୪ ଜଣ ସାଧାରଣ ଜନତାଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ଛୋଟ ଶିଶୁ ମଧ୍ୟ ରହିଥିବା ଦାବି କରିଛି ୟୁକ୍ରେନ। କୁପିଆଂସ୍କ ରାସ୍ତାରେ ଯାଉଥିବା ବେଳେ ଗାଡିଉପରକୁ ହିଁ ଆକ୍ରମଣ କରିଥିଲେ ଋଷ ସେନା । ୟୁକ୍ରେନ ସେନା ପକ୍ଷରୁ କୁହାଯାଇଛି ଯେ, ଗତ ଶୁକ୍ରବାର ଦିନ କ୍ୟାରିଲିଭକା ନିକଟରେ କିଛି ଋଷୀୟ ସୈନ୍ୟ ସାଧା ପୋଷାକରେ ଗାଡିରେ ଯାଉଥିବା ଦେଖିବାକୁ ମିଳିଥିଲା । ଗାଡିରେ ବିପୁଳ ପରିମାଣର ବନ୍ଧୁକ ଥିବା ଦେଖି ସନ୍ଦେହ ହୋଇଥିଲା ଏବଂ ପରେ ଜଣାପଡିଥିଲା ଯେ ସେମାନେ ଋଷୀୟ ସୈନ୍ୟ । ଖାରକିଭର ରିଜୋନାଲ୍ ଗଭର୍ଣ୍ଣର ଓଲେଗ୍ ସାଇନୁବୋଭ କହିଛନ୍ତି, ‘ଋଷ ସେନାର ଅନ୍ଧାଧୂନ ଗୁଳିମାଡରେ ୨୪ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଥିବାବେଳେ ୧୩ ଜଣ ଶିଶୁଙ୍କୀ ଜୀବନ ଯାଇଛି । ସାଧାରଣ ଜନତାଙ୍କୁ ଜାଣିଶୁଣି ଅତି ନିକଟରୁ ଗୁଳିକରି ନିର୍ମମ ଭାବେ ହତ୍ୟା କରାଯାଇଛି’। ମୃତକଙ୍କୁ ସ୍ଥାନନ୍ତରଣ କରାଯାଉଥିବା ବେଳେ ଆକ୍ରମଣ କରାଯାଇଥିବା ୟୁକ୍ରେନ ଅଭିଯୋଗ କରିଛି । ଏହା ସହିତ ଦୁଇଟି ଯାକ ଗାଡିକୁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଜାଳିଦେଇଛନ୍ତି ଋଷୀୟ ସୈନ୍ୟ । କ୍ରୁର ଋଷୀୟ ସୈନ୍ୟ ଗର୍ଭବତୀ ଏବଂ ଛୋଟ ଛୋଟ ଶିଶୁଙ୍କୁ ମଧ୍ୟ ଛାଡିନାହାନ୍ତି । ୟୁକ୍ରେନର ଅଧିକାରୀ । ଏ ନେଇ ତଦନ୍ତ ଆରମ୍ଭ କରିଥିବା ବେଳେ ଋଷକୁ କଡା ନିନ୍ଦା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking